ବାରିପଦା: ଆଜି ଗୁରୁବାର ଏକ ଆୟାବହିର୍ଭୁତ ସମ୍ପତି ମାମଲାର ବିଚାରକରି ମାନ୍ୟବର ଭିଜିଲାନ୍ସ କୋର୍ଟ ର ବିଚାରପତି ପୁର୍ଣିମା ଜେନା ଅଭିଯୁକ୍ତ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କନକପୁର ଗ୍ରାମର ତଥା ମୟୁରଭଞ୍ଜ ଜିଲ୍ଲା ବାହଳଦା ର ପୂର୍ବତନ ତହସିଲଦାର ଭୀମସେନ ମଙ୍ଗରାଜ (71) କୁ ଦୁର୍ନୀତି ନିବାରଣ ଆଇନ 13(2) ରିଡ ଉଇଥ ସେକ୍ସନ 13(1)(e) ଅଫ ଦା ପି ସି ଆକ୍ଟ 1988 ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ଲକ୍ଷ ଟଙ୍କା ଜିରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀରୁ ପ୍ରକାଶ ଯେ ଭୀମସେନ ମଙ୍ଗରାଜ ବହଳଦା ତହସିଲଦାର ଥିବା ସମୟରେ 29-9-2005 ରେ ଉକ୍ତ ଅଞ୍ଚଳର ରାମଜୀ ସିଂ ନାମକ ଜଣେ ବ୍ୟକ୍ତି ଙ୍କ ପାଖରୁ ଏକ ଜମି ମ୍ୟୁଟେସନ ପାଇଁ ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ରେ ରଙ୍ଗେ ହାତରେ ଧରା ପଡିଥିଲେ l ଏ ବବଦରେ ଭିଜିଲାନ୍ସ କେସ ନମ୍ବର 40/8-9-2005 ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l
ସେହି ସମୟରେ ଏକ ସଙ୍ଗେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭଵନ ସମେତ କାର୍ଯ୍ୟାଳୟ ରେ ରେଡ କରାଯାଇଥିଲା l ରେଡ ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ଆୟବହିର୍ଭୁତ ସମ୍ପତି କୁ ନେଇ ମଧ୍ଯ ଏକ ମାମଲା ରୁଜୁ କରାଯାଇଥିଲା l ଅଭିଯୁକ୍ତ ଭୀମସେନ ମଙ୍ଗରାଜ ମୋଟ 17,29,838 ଟଙ୍କାର ଆୟବହିର୍ଭୁତ ସମ୍ପତିର କୌଣସି ପ୍ରମାଣ ଭିଜିଲାନ୍ସ କୋର୍ଟ ରେ ଉପସ୍ଥାପନା କରିପାରିନଥିଲେ l ଆଜି ସମସ୍ତ ଆବଶ୍ୟକ ପ୍ରମାଣପତ୍ର କୁ ଭିତ୍ତିକରି ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପି ପି ଶାନ୍ତନୁ କୁମାର ଦାସ ଏବଂ ଆଡିସନାଲ କମ ସ୍ପେଶାଲ ପି ପି ଦୀପକ କୁମାର ସେଠି ପରିଚାଳନା କରୁଥିଲେ l

