Img 20251104 wa0193

ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଏବଂ ଶ୍ରୀ ଅନ୍ନ ଅଭିଯାନ

ରାଜ୍ୟ
ବାରିପଦା-  ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ବ୍ଳକ ପରିସରରେ ସ୍ବେଛାସେବୀ ଅନୁଷ୍ଠାନ ଆଇଆରଡିଏମଏସ୍ ଆନୁକୂଲ୍ୟରେ ଶ୍ରୀ ଅନ୍ନ ଅଭିଯାନ ଏବଂ ମିଲେଟ ଖାଦ୍ୟ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ ଜ୍ଞାନ‌ରଞ୍ଜନ‌ ହେମ୍ବ୍ରମ, ସହକାରୀ କୃଷି ଅଧିକଗରୀଣୀ ଧରିତ୍ରୀ ଟୁଡୁ ,ବ୍ଳକ କୃଷି ଅଧିକାରୀ ଅଭିଜିତ ପ୍ରଧାନ,ସହକାରୀ କୃଷି ଅଧିକାରୀଣୀ ଅଙ୍କିତା ନାଏକ,ସିଡିପିଓ କୋଇଲିମଣି ଟୁଡୁ,ଆଇଆରଡିଏମଏସ୍ ର  ବ୍ଳକ ସଂଯୋଜକ ଅଜୟ ପାତ୍ରଏବଂ କର୍ମଚାରୀବୃନ୍ଦ‌  ପିତା କାଟି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଅତିଥିବୃନ୍ଦ କହିଥିଲେ ସାଂପ୍ରତିକ ବସ୍ତୁବାଦୀ ଦୁନିଆରେ ଲୋକେ ଖାଦ୍ଯ‌ପ୍ରତି ଗୁରୁତ୍ଵ ନ ଦେଇ ମଧୁମେହ ,ରକ୍ତ ହୀନତା, ସିକଲ ସେସ୍ ଶାରିରୀକ ଓ ମାନସିକ ଦୁର୍ବଳ  ଭଳି ଦୁରାରୋଗ୍ୟରେ ଶିକାର‌ ହେଉଛନ୍ତି । ଜୀବନ ସାୟହ୍ନରେ ସଞ୍ଚିତ କରିଥିବା ଅର୍ଥ ସବୁ ବୈଦ୍ୟ ପାଖରେ ଯାଉଛି ।ଭଗବାନ ସେଥିପାଇଁ ସୃଷ୍ଟିକୁ ରକ୍ଷା କରିବା ପାଇଁ ମାଣ୍ଡିଆ ଭଳି କ୍ଷୁଦ୍ରଶସ୍ଯ ବରଦାନ ଦେଇଛନ୍ତି ।ଯାହାକୁ ଖାଇଲେ ମଧୁମେହ,ବୁଢାପା,ଥକ୍କାପଣ,ରକ୍ତହୀନତା,ଗର୍ଭବତୀ ମହିଳା,ଶିଶୁ,ବୟସ୍କ ମାନଙ୍କୁ ପାଇଁ ଅମୂଲ୍ୟ ଖାଦ୍ଯ ।ଏହାକୁ ଜଳଖିଆ ଆକାରରେ ,କ୍ଷିରୀ ଆକାରରେ ,ଚା’ ଆକାରରେ, ପିଠାପଣା ଆକାରରେ ପ୍ରସ୍ତୁତ କରାଯାଇପାରୁଛି ।ସରକାର ନଭେମ୍ବର ୯ ତାରିଖକୁ  ଲୋକମାନଙ୍କ ମଧ୍ୟରେ  ମାଣ୍ଡିଆ  ନେଇ ସଚେତନତା ବାର୍ତା  ସହ ପ୍ରଚାର ଓ ପ୍ରସାର ପାଇଁ ପ୍ରତିବର୍ଷ ନଭେମ୍ବର ୯ ତାରିଖକୁ ମାଣ୍ଡିଆ ଦିବସ ମାନ୍ୟତା ଦେଇଛନ୍ତି ।ଏହି ମାଣ୍ଡିଆ ଦିବସ ଅବସରରେ ମାଣ୍ଡିଆ କୁ ତୃଣମୂଳ‌ସ୍ତରରେ ଅଧିକ ସଚେତନତା ଏହାର ପ୍ରଚାର ଓ ପ୍ରସାର ପାଇଁ ସିଲେଟ ଫୁଡ୍ ଫେଷ୍ଟିଭାଲ ଆୟୋଜନ କରୁଛନ୍ତି ।
ମାଣ୍ଡିଆ ଚାଷ ପାଇଁ ସରକାର ପ୍ରୋତ୍ସାହନ ରାଶି ଦେଉଛନ୍ତି ।ମାଣ୍ଡିଆ ଚାଷ ତିନି ପ୍ରକାର କରାଯାଉଛି ।ମାଣ୍ଡିଆ ଚାଷ ଶ୍ରୀ ପ୍ରଣାଳୀରେ କଲେ ୧୦ ହଜାର ଟଙ୍କା ,ଧାଡ଼ିରୁଆ  କଲେ ୭୫୦୦ ଟଙ୍କା ଏଵଂ ଧାଡ଼ିଵୁଣା  କଲେ ୫୦୦୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ସରକାର ଦେଉଛନ୍ତି ।ତଦସହ ବିହନ, ଚାଷ, ବୈଷୟିକ ଜ୍ଞାନ,କୃଷି ଯନ୍ତ୍ରପାତି ମଧ୍ୟ ପ୍ରଦାନ କରୁଛନ୍ତି ।ପାରଂପାରିକ ଧାନ ଚାଷ ଠାରୁ ମାଣ୍ଡିଆ ଚାଷରେ ଅଧିକ ଲାଭବାନ ହେବ ଚାଷୀ ।ତଦସହ ମଣ୍ଡିରେ ସରକାର କ୍ରୟ ଓ ବିକ୍ରୟ ବ୍ୟବସ୍ଥା ମଧ୍ୟ କରିଛନ୍ତି ।ମାଣ୍ଡିଆଚାଷୀମାନେ ନାମ ପଞ୍ଜିକରଣ କରିବା ଦରକାର‌  ଵୋଲି କହିଥିଲେ ।ତଦସହ ରାଇରଙ୍ଗପୁର‌ ଵ୍ଳକର ଅଗ୍ରଣୀ ଏସଏଚଜି ସ୍ଵୟଂସହାୟିକା ଗୋଷ୍ଠୀ ‘ ପ୍ରତିଜ୍ଞା’ ଆନୁକୁଲ୍ୟରେ ନିଜ ପ୍ରସ୍ତୁତ ୧୫ ପ୍ରକାରର‌  ସୁସ୍ବାଦୁ ଵ୍ଯଞ୍ଜନ ତଥା ଵରା,ଆଳୁଚପ,ସିଙ୍ଗଡ଼ା,ପକୁଡ଼ି,କ୍ଷିରୀ,ଚା,କାକରା,ଗୁଲୁଗୁଲା,ଖୁରୁମା, ସିଙ୍ଗଡା,ସମେତ ବିଭିନ୍ନ‌ ପ୍ରକାରର ଜଳଖିଆ ସାମଗ୍ରୀ ଷ୍ଟଲ କରାଯାଇଥିଲା ।ଆସିଥିବା ଅତିଥିଙ୍କ ସମେତ ସମସ୍ତେ ସୁସ୍ବାଦୁ ଖାଦ୍ୟ ଖାଇ  ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ  ବ୍ଳକର ଶତାଧିକ ମହିଳା, ଚାଷୀ ସ୍ବୟଂସହାୟିକା ଗୋଷ୍ଠୀର‌ ସଦସ୍ଯାବୃନ୍ଦ ଯୋଗ ଦେଇଥିଲେ ।
Shrutilipi ad