Img 20251105 wa0281

ଵେଆଇନ ଗୋମାଂସ ନେଉଥିବା ଗୋମାଫିଆକୁ ମାଡ଼ି ବସିଲା ପୋଲିସ; ୭୦ କେଜି ଗୋମାଂସ ଜବତ ସହ ବାଇକ୍ ଜଵତ

ରାଜ୍ୟ
ବାରିପଦା:  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ବିଜାତଳା ସାପ୍ତାହିକ ବୁଧବାର ହାଟ ଆଜି  ବାଇକରେ ଗୋମାଂସ  ନେଉଥିବାବେଳେ ମାଡ଼ି ବସିଲା ପୋଲିସ ।ସୂଚନାଯୋଗ୍ୟ  ଆଜି ବଡ଼ାମକୁରାଢ଼ୀର ଶେଖ୍ ଆକବର ଅଲ୍ଲୀ (୪୪) ନାମକ ଜଣେ ବ୍ୟକ୍ତି ଏକ ବାଇକ୍ (ଓଡ଼ି ୧୧ଏଡି ୮୭୩୯) ଯୋଗେ ବିଜାତଳା  ସାପ୍ତାହିକ ହାଟକୁ ଗୋମାଂସ ନେଉଥିବା ବେଳେ ଏ ସଂପର୍କରେ ସୁଚନା ପାଇ ପୋଲିସ ତାଙ୍କୁ ଅଟକାଇ ଗୋ ମାଂସ ଜବତ କରିଥିଲେ l ଏଥିରେ ସଂପୃକ୍ତ ଶେଖ୍ ଆକବର୍ ଅଲ୍ଲୀକୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି l ଏ ସଂକ୍ରାନ୍ତରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ କେଶ୍-୧୮୨ ରୁଜ୍ଜୁ ହୋଇଛି l ବାମନଘାଟୀ ଉପଖଣ୍ଡର ପ୍ରମୁଖ ସାପ୍ତାହିକ ହାଟ ବିଜାତଳା, ଗୋରୁମହିଷାଣି, ବଡ଼ମଣଦା, ହାଟବାଦଡ଼ା, ଭରଣ୍ଡିଆ, ବାଦାମପାହାଡ଼ ସମେତ ବିଭିନ୍ନ ଫୁଟବଲ୍ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ସ୍ଥାନରେ ଗୋମାଂସ ବିକ୍ରି ହେଇଥିବା ଅଭିଯୋଗ ହେଉଛି l ଖୋଲାଖୋଲି ଭାବେ ହାଟବଜାର ଗୁଡ଼ିକରେ ଅବାଧରେ  ଗୋମାଂସ ବିକ୍ରିକୁ ବନ୍ଦ ନିମନ୍ତେ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବୀ ହେଉଛି l
Shrutilipi ad