ବାରିପଦା: ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୨ୟ ସନ୍ଧ୍ୟାରେ ୧ମ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯୁବ କଣ୍ଠଶିଳ୍ପୀ ସତ୍ୟବ୍ରତ ଜେନା I ସାଇ ଶିକ୍ଷା କେନ୍ଦ୍ରର ଶିବ ସ୍ତୁତି ନୃତ୍ୟ, ଅନୁରାଧା ମହାନ୍ତି ଓ ସାଥୀଙ୍କ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଶାନ୍ତି ବିଦ୍ୟାମନ୍ଦିରର କୁନିକୁନି କଳାକାରମାନଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ଶେଷରେ ଝୁମର ନୃତ୍ୟ ଗୀତରେ ଝୁମିଲେ ଦର୍ଶକ I ସାଂସ୍କୃତିକ ସମ୍ପାଦକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସୋମନାଥ ସିଂହ ଏବଂ ଆଲୋକ ବାରିକ ପରିଚାଳନା କରିଥିଲେ I ଆସନ୍ତାକାଲି ଲାଶ୍ୟକଳା ଏକାଡେମୀ, ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଯୋଗାସନ କାର୍ଯ୍ୟକ୍ରମ, ଭାରତୀ ପବ୍ଲିକ ସ୍କୁଲ, ଟେପ ଦି ଫିଟ ଏକାଡେମୀର କାର୍ଯ୍ୟକ୍ରମ ପରେ ଭକ୍ତି ମଲ୍ହାର ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି I

