Img 20251103 wa0228

ରାଇରଙ୍ଗପୁର ମହାବିଦ୍ୟାଳୟକୁ ପୁର୍ଣ ସରକାରୀ ମାନ୍ୟତା ପ୍ରଦାନ କରିବା ଦାବି ନେଇ ‘ ମାସା’ ଛାତ୍ର ସଂଗଠନ ତରଫରୁ ବିକ୍ଷୋଭ 

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମହାବିଦ୍ୟାଳୟ ୧୯୬୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ମାତ୍ର ଦିର୍ଘ ୬୨ ବର୍ଷ ପରେ ବି ଏହାକୁ ସରକାରୀ ସ୍ଵୟଂଶାସିତ ମହାଵିଦ୍ଯାଳୟ ଘୋଷଣା କଲା ନାହିଁ ।ଏହା ପଛରେ କରଞ୍ଜିଆ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କରଞ୍ଜିଆ କଲେଜକୁ ଅଟୋନୋମସ କଲେଜ ମାନ୍ୟତା ଦିଆଯାଇଛି । ସରକାରଙ୍କ ଅଣଦେଖା ରେ ଏହି ମହାବିଦ୍ୟାଳୟ ପଡ଼ି ରହିଛି । ଏହି ମହାବିଦ୍ୟାଳୟରେ ୪୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଛନ୍ତି । ମୟୂରଭଂଜ ଜିଲ୍ଲାର ଶିକ୍ଷାରେ ପଛରେ ପଡିରହିଥିବା ତଥା ଆଦିବାସୀ ଅଧ୍ଯୁଷିତ ଵାମନଘାଟୀ ଉପଖଣ୍ଡର ଏହି ସର୍ବପୁରାତନ ମହାଵିଦ୍ଯାଳୟଟି  ଶିକ୍ଷାର ବିକାଶ ରେ ପଛରେ ପଡ଼ିଯାଇଛି ।ଏହି ମହାବିଦ୍ୟାଳୟରେ ଭଲ ଖେଳପଡିଆ, ଇ – ଲାଇବ୍ରେରୀ, ସ୍ନାତକ ରେ ବହୁ ଅନର୍ସ, ପିଜି ଖୋଲା ଯାଇନାହିଁ ।ଯାହାଫଳରେ ପିଲାମାନେ ଉଚ୍ଚର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ।ଶତକଡା ଅଶିଭାଗ ଲୋକ ଗରୀଵିତାର ଶିକାର ହୋଇଛନ୍ତି ।ତେଣୁ ନିଜର ପିଲାମାନଙ୍କୁ ବାହାରକୁ ପଢାଇବାର‌ ସାମର୍ଥ୍ଯ ନାହିଁ ।ମେଧାବୀ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଦୂରଦୂରାନ୍ତରୁ ଶିକ୍ଷା ପାଇଁ ସାମର୍ଥ୍ୟ ନ ହେବାରୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି ।ଏହି ଅଞ୍ଚଳରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଟନ୍ତି ।ମୟୂରଭଂଜ ସାଂସଦ ନବ ଚରଣ ମାଝୀ ପ୍ରତିନିଧିତ୍ଵ କରିଛନ୍ତି ।ସାନ୍ତାଳି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଘର ଏହି ଅଞ୍ଚଳରେ ।ଏହି ଅଞ୍ଚଳରେ କଳା, ସଂସ୍କୃତି ସାରା ବିଶ୍ବରେ ଅନନ୍ୟ ।ଯେଉଁ ଦେଶ ଶିକ୍ଷାରେ ଯେତେ ଅଗ୍ରଗତି ସେହି ଦେଶର ପ୍ରଗତି ସେତେ ଅଧିକ ।
ସରକାର ଯଦି ରାଇରଙ୍ଗପୁର ମହାବିଦ୍ଯାଳୟକୁ ଆଗାମୀ ଦିନରେ ସରକାରୀ ମାନ୍ୟତା ଦିଅନ୍ତି ତାହାହେଲେ ଏହି ଅଞ୍ଚଳର ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇବା, ନିମ୍ନ ମଧ୍ୟମ ବର୍ଗ ଓ ଗରିବ ପରିବାରର ଶିକ୍ଷା ଅଧିକ ପ୍ରଭାବଶାଳୀ ହୋଇ ପାରିବ ।ଏଠାକାର ଛାତ୍ରଛାତ୍ରୀ ଆଇଏଏସ, ଓଏଏସ , ଆଆଇଟି, ମେଡିକାଲ, ନାଇଜର, ଆଇଜର ପ୍ରଭୃତି ରେ ସଫଳତା ପାଇପାରିବେ ।ଏହି ମହାବିଦ୍ଯାଳୟକୁ ସରକାରୀ ମାନ୍ୟତା ପାଇଁ ମୟୂରଭଂଜ ଆଦିବାସୀ ଷ୍ଟୁଡେଣ୍ଟସ ୟୂନିଅନ ( ମାସା ) ଅଣ୍ଟା ଭିଡିବା ସହ ଏହାର ନେତୃତ୍ବରେ  ରାଇରଙ୍ଗପୁର ମହାବିଦ୍ୟାଳୟର   ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।ଆଜି ସେମାନେ‌ ହାତରେ ପ୍ଲାକାର୍ଡ ଧରି  ଏକ ବିଶାଳ ଶୋଭାଯାତ୍ରାରେ‌ ରାଇରଙ୍ଗପୁର ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସ୍ଳୋଗାନ ଦେଇଥିଲେ  ଆମର ଦାଵୀ  ରାଇରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦିଅ , ମାନ୍ୟତା ଦିଅ ;ଯଦି ନ ଦେବ ଆଗାମୀ ଦିନରେ ଛାତ୍ର ସଂ ଗଠନ ଆନ୍ଦୋଳନକୁ ତିବ୍ରତର କରିବ ।ଶିକ୍ଷା ଆମର ମୌଳିକ ଅଧିକାର  । ପରେ ଉପଜିଲ୍ଲାପାଳ  ସୌମ୍ଯ ରଞ୍ଜନ ପ୍ରଧାନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ଦାବିପତ୍ର ପ୍ରଦାନ ସମୟରେ ମାସା ଛାତ୍ର ସଂଗଠନର  ଜିଲ୍ଲା  ସଭାପତି ରାମଦାସ ମୁର୍ମୁ, ଜିଲ୍ଲା ସଂପାଦକ ହାଡିବନ୍ଧୁ ଟୁଡୁ, ଉପସଭାପତି ପିଥ ସୋରେନ, ଜିଲ୍ଲା  ସଂପାଦକ ଲକ୍ଷ୍ମଣ ମାଝୀ, ବାମନଘାଟୀ ଉପଖଣ୍ଡ ସଭାପତି ସୁନିଲ ସୋରେନ, ସଂପାଦକ ମାସାଂ ହେମ୍ବମ, ସହ ସଂପାଦକ ଅନାଦି ସିଙ୍କୁ, ଗଜେନ୍ଦ୍ର  ସୋରେନ,ମୁନିରାମ ସୋରେନ,ଡାଲଖାଇ ମାଝୀ,କୁନି ନାଏକ,ଗଣେଶ ହେମ୍ବ୍ରମ,ଦୁର୍ଗା,ସନୁ,ଯାନୁନାଥ,ପାଚେ,ଜଗଦୀଶ,କୁଲାମ,ସଲମା,କୋଷାଧ୍ୟକ୍ଷ ଜଗନ୍ନାଥ ମୁର୍ମୁ, ରାଇରଙ୍ଗପୁର କଲେଜ ଶାଖା ସଭାପତି ଠାକୁର ହେମ୍ବ୍ରମ, ସଂପାଦକ ଫୁଲମତି ସୋରେନ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ  ଥିଲେ ।
Shrutilipi ad