Img 20251031 wa0137

ବାରିପଦା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ (ପି ସି ପୁର ସ୍କୁଲ ଶ୍ରେଷ୍ଠ ସାଂସ୍କୃତିକ ଦଳ ବିବେଚିତ)

ରାଜ୍ୟ
ବାରିପଦା –  ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ୧୩ ଟି କ୍ଲଷ୍ଟରରୁ ପ୍ରାୟ ୩୦୦ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ I ଜୁନିୟର, ସିନିୟର, ସୁପର ସିନିୟର ବର୍ଗରେ ସମସ୍ତ କ୍ଲଷ୍ଟରରେ ୧ମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ସଂଗୀତ, କୁଇଜ, ପ୍ରବନ୍ଧ, ବକ୍ତୃତା, ନୃତ୍ୟ ତଥା ସାଂସ୍କୃତିକ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେବାଶିଷ ଗିରି ଚିତ୍ରାଙ୍କନରେ ୧ମ, ଜିତୁ ହାଁସଦା ସଂଗୀତରେ ୨ୟ, ନିତିକ କୁଣ୍ଡ ପି ଏମ ପୋଷଣ ଚିତ୍ରାଙ୍କନରେ ୨ୟ ଏବଂ ସନମ ପାତ୍ର ସିନିୟର ବିଭାଗ ସଂଗୀତରେ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି I ତତସହିତ ୧୩ ଟି ସାଂସ୍କୃତିକ ଦଳ ମଧ୍ୟରୁ ପି ସି ପୁର ବିଦ୍ୟାଳୟ ଶ୍ରେଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି I ପ୍ରକାଶ ଥାଉକି ଏହି ବିଦ୍ୟାଳୟ ୨୦୧୯ ମସିହାରେ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୫ମ ଏବଂ ୨୦୨୩ ମସିହାରେ ରାଜ୍ୟରେ ୧ମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇସାରିଛନ୍ତି I ଏ ବର୍ଷ ମଧ୍ୟ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟର ସାଂସ୍କୃତିକ ଦଳ ଜିଲ୍ଲା ସ୍ତରକୁ ମନୋନୀତ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ /ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ତଥା ହଷ୍ଟେଲର ସମସ୍ତ କର୍ମକର୍ତ୍ତା କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି I ଉଦଯାପନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼. ଅଭିମନ୍ୟୁ ସେଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଯୋଗଦେଇ ପୁରସ୍କାର ବିତରଣ କରିବା ସହ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ତପସ୍ୱିନୀ ଦାଶ, ବାରିପଦା ବ୍ଲକ ସଙ୍ଘ ସଭାପତି ପ୍ରଦୀପ କୁମାର ନାଥ ଓ ସମ୍ପାଦକ ସିଦ୍ଧେଶ୍ବର ମିଶ୍ର ଉପସ୍ଥିତ ଥିଲେ I ଗୌତମ ପ୍ରସାଦ ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ I
Shrutilipi ad