Img 20251101 wa0159

ସେପ୍ଟେମ୍ବର ମାସର ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ: 2025 ସମାରୋହ

ରାଜ୍ୟ

ସେପ୍ଟେମ୍ବର ମାସର ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ଌ୰୩୯;ର ସମାରୋହ
ତା.୩୦.୮.୨୦୨୫ ରିଖରେ ବାରିପଦା ଆଞ୍ଚଳିକ ବାଣିଜ୍ୟ ସମବାୟ ସେମିତି ର କଲ୍ୟାଣ ମଣ୍ଡପ ଠାରେ
ଅନୁଷ୍ଠିତ ହୋଇଯାଇଅଛି.ଏହି ସମାରୋହରେ ମୟୂରଭଞ୍ଜ ଖଣ୍ଡ ସମବାୟ ସମିତି ସମୂହର ଉପ-ନିବନ୍ଧକ
ଶ୍ରୀଯୁକ୍ତ ଅଶୋକ କୁମାର ପାଣି ପୌରୋହିତ୍ୟ କରି କାର‌୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା
ଦେଇଥିଲେ.ସର୍ବପ୍ରଥମେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ
ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ର ଶପଥ ପାଠ କରି ସଭାର ଶୁଭାରମ୍ଭ ହୋଇଥିଲା .ଉକ୍ତ ସମରୋହ
ରେ ଶ୍ରୀଯୁକ୍ତ ତୁଷାରକାନ୍ତି ମହାନ୍ତି(ବରିଷ୍ଠ ସହକାରୀନିବନ୍ଧକ, ବାରିପଦା/ରାଇରଙ୍ଗପୁର),ଶ୍ରୀଯୁକ୍ତ
ଗଣେଶ୍ୱର କିସ୍କୋ(ଉପ ସହକାରୀ ମହା ସମୀକ୍ଷକ, ମୟୁରଭଞ୍ଜ),ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ
(ବରିଷ୍ଠ ସହକାରୀ ନିବନ୍ଧକ,କରଞ୍ଜିଆ),ଶ୍ରୀଯୁକ୍ତ ସୁକୁମାର ସିଂ( ଭାରପ୍ରାପ୍ତ ବରିଷ୍ଠ ସହକାରୀ
ନିବନ୍ଧକ କପ୍ତିପଦା) ଓ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ସାମଲ (ମୁଖ୍ୟ କାର‌୍ୟ୍ୟନିର୍ବାହୀ, ମାୟୁରଭଞ୍ଜ
କେନ୍ଦ୍ର ସମବାୟ ବ୍ୟାଙ୍କ, ମୟୁରଭଞ୍ଜ)ଶ୍ରୀଯୁକ୍ତ ଅକ୍ଷୟ ପଣ୍ଡା(ମୁଖ୍ୟ ଅଧିକାରୀ, ଓଞ ଝକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ )
ଓ ଦେବଦତ୍ତ ରାଉତ(ଜନ ସେବା କେନ୍ଦ୍ର) ଉପସ୍ଥିତ ଥିଲେ. ଆଜିର ଆଲୋଚନାଚକ୍ରରେ ସମବାୟ
ସମୀକ୍ଷା, ଘଖଚଝ(ଘବଗ୍ଧସକ୍ଟଦ୍ଭବକ୍ଷ ଖରଙ୍ଖରକ୍ଷ ଚଇଉଝ ଝକ୍ଟଲଗ୍ଧଙ୍ଗବକ୍ସର) ଓ ଜନ ସେବା କେନ୍ଦ୍ର ସମ୍ପର୍କରେ
ଆଲୋଚନା କରି ଲ୍ୟାମ୍ପ୍ସ ର କର୍ମଚାରୀ ମାନଙ୍କୁ ସଚେତନ କରାଯାଇଥିଲା । ସମବାୟ ସମିତିର ବିଭିନ୍ନ
କାର‌୍ୟ୍ୟକ୍ରମର ଉପକାରିତା ବିଷୟରେ ଶ୍ରୀଯୁକ୍ତ ତୁଷାରକାନ୍ତି ମହାନ୍ତି,ବରିଷ୍ଠ ସହକାରୀ ନିବନ୍ଧକ,
ବାରିପଦା/ରାଇରଙ୍ଗପୁର ଜଣାଇଥିଲେ. ଜିଲ୍ଲାର ସମବାୟ ବିଭାଗୀୟ ସମସ୍ତ ଅଧିକାରୀ,ମୟୁରଭଞ୍ଜ
କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର କର୍ମଚାରୀ, ଘଖଚଝ ର କର୍ମଚାରୀ, ଓ ସମିତିର କର୍ମଚାରୀ ମିଶି
ମୋଟ ୧୪୫ ଜଣ ଯୋଗଦେଇଥିଲେ. ଶେଷରେ ବସନ୍ତ କୁମାର ନାୟକ, ସହକାରୀ ନିବନ୍ଧକ, କରଞ୍ଜିଆ
ଧନ୍ୟବାଦ ଅର୍ପଣ କରିଥିଲେ ।

Shrutilipi ad