Img 20251031 wa0180

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା ଅନୁଷ୍ଠିତ, ୬ ଜଣ ଶିକ୍ଷଙ୍କ  ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

ରାଜ୍ୟ
ବାରିପଦା :  ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂଙ୍କ ସଭାପତିତ୍ବରେ ଅକ୍ଟୋବର ମାସରେ ଅବସର ଗ୍ରହଣ କରିଥିବା ୬ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରୁ ଏହି କର୍ମଚାରୀ ମାନେ ଅବସର ଗ୍ରହଣ କରିଛନ୍ତି I ଜିଲ୍ଲାସ୍ତରୀୟ ଏହି  ବିଦାୟ ସମ୍ବର୍ଦ୍ଧନା ସଭାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେI ସେକ୍ସନ ଅଫିସର ସୁଦୀପ୍ତ କୁମାର ମୋୖଲିକ୍,ବରିଷ୍ଠ ସହାୟକ ଶକୁନ୍ତଳା ସେଠୀ ଓ କନିଷ୍ଠ ସହାୟକ କ୍ଷେତ୍ର ମୋହନ ବେହେରା ପ୍ରମୁଖ ଙ୍କ ଉପସ୍ଥିତ ରେ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I
 ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ଶ୍ରୀ ସିଂ ଅବସର ଗ୍ରହଣ କରୁଥିବା ସମସ୍ତଙ୍କୁ ସମସ୍ତ କାଗଜପତ୍ର ସହ ଉତ୍ତରୀୟ ପ୍ରଦାନ କରିବା ସହିତ ସେମାନଙ୍କର ଉତ୍ତରୀୟ ଉନ୍ନତି କାମନା କରିଥିଲେ I ଏଥିରେ ଖୁଣ୍ଟା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ଚଞ୍ଚଳା ମହାନ୍ତ, ତାଳପଦା ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ରମାକାନ୍ତ ଗିରି, ଦର୍ଖୋଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କନକ ଲତା ଭୂୟାଁ, ପୋଡ଼ା ଅସ୍ତିଆ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁବାସ ଚନ୍ଦ୍ର ଭୂୟାଁ, ହାଟ ବାଦଡ଼ା ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅର୍ଜୁନ ଚନ୍ଦ୍ର ମହାନ୍ତ, ନଗପାଳ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଣେଶ୍ୱର ମହାକୁଡ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲାI
Shrutilipi ad