Img 20251031 wa0134

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଏକତା ଦିବସର ”  ଶପଥ ପାଠ”.ଅନୁଷ୍ଠିତ

ରାଜ୍ୟ
ବାରିପଦା : ଭାରତର ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସମ୍ମିଳନୀ କକ୍ଷରେ ଏକ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଯାଇଛି।
 ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ଯୋଗଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ.  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଆମ ଦେଶର ଜଣେ ମହାନ ରାଷ୍ଟ୍ରନାୟକ ଭାବେ ଆଲୋକପାତ କରିବା ସହ ତାଙ୍କର  ସ୍ମୃତି ଚାରଣ କରିଥିଲେ ଏବଂ ଦେଶର ଅଖଣ୍ଡତା ପାଇଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଉପସ୍ଥିତ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ର ଶପଥ ପାଠ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକଟର, ଆସିଷ୍ଟାଣ୍ଟ କଲେକଟର, ସେକ୍ସନ ଅଫିସର ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ମନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।
Shrutilipi ad