Img 20251031 wa0129

ବାରିପଦା ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ  ପରିପ୍ରେକ୍ଷୀରେ ଏକତା ଦୌଡ଼- ରନ ଫର ୟୁନିଟି ଆୟୋଜିତ

ରାଜ୍ୟ
ବାରିପଦା : ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକତା ଦୌଡ଼-ରନ ଫର ୟୁନିଟି ଆୟୋଜିତ ହୋଇଯାଇଛି।  ଉକ୍ତ ଏକତା ଦୌଡ଼କୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ, ମହାମନୀଷୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନର ଆଦର୍ଶ ଓ ଦୃଢ଼ମନା ମନଭାବର ସ୍ମୁତି ଚାରଣ କରିବା ସହିତ ସ୍ୱାଧୀନ ଭାରତରେ ଦେଶୀୟ ରାଜ୍ୟ ସମୂହର  ମିଶ୍ରଣ କେବଳ ତାଙ୍କର ବଳିଷ୍ଠ ଉଦ୍ୟମରେ ସମ୍ଭବ ହୋଇପାରିଥିଲା ବୋଲି କହିଥିଲେ। ଦେଶବାସୀଙ୍କ ହୃଦୟରେ ଦେଶ ମାତୃକା ପ୍ରତି ଭକ୍ତି, ସମ୍ମାନ ତଥା ଦେଶପ୍ରେମ ଜାଗ୍ରତ କରିବା ଲକ୍ଷ୍ୟ ନେଇ ଆଜିର ଏଇ ଏକତା ଗଣ ଦୌଡ଼ ବା ରନ୍ ଫୋର ୟୁନିଟି ହେଉଛି ବୋଲି କହିଥିଲେ।
ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଥିଲେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା କୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବୋଧକୁ ନିରନ୍ତର ଉଦଜୀବିତ କରିବା ଏବଂ ଦେଶର ଅଖଣ୍ଡତା ପାଇଁ ଏକତା ସୂତ୍ରରେ ସମସ୍ତେ ଭାଇଚାରା ମନଭାବରେ ବାନ୍ଧି ହୋଇ ରହିବା ପାଇଁ ଆଜିର ଏଇ ଏକତା ଦୌଡ଼ ଆୟୋଜିତ ହେଉଛି।
ଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରାଇଥିଲେ। ଉକ୍ତ ଏକତା ଦୌଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହରରେ ପ୍ରାୟ ୩ କିମି ପରିକ୍ରମା କରିଥିଲା। ଉକ୍ତ ଏକତା ଦୌଡ଼ରେ ଜନପ୍ରତିନିଧି, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ପୋଲିସ ପ୍ରଶାସନର ଅଧିକାରୀ ବୃନ୍ଦ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, କ୍ରୀଡା ଛାତ୍ରାବାସର ଅନ୍ତେବାସୀ, ସ୍ବେଛାସେବୀ, ବିଭିନ୍ନ କ୍ରୀଡ଼ାବିତ, ଗଣମାଧ୍ୟମର ପ୍ରତିନିଧି ଓ ସାହସ୍ରାଧିକ ନାଗରିକକୁ ମିଶାଇ ପ୍ରାୟ ପାଞ୍ଚ ଶହରୁ ଅଧିକ ଅଂଶଗ୍ରହଣକାରି ଅଂଶ ଗ୍ରହଣ କରିଥିଲେ।  ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
Shrutilipi ad