Img 20251031 wa0184

କାର୍ କାଚ ଭାଙ୍ଗି ଦୁବୃତ୍ତ ଲୁଟି ନେଲେ ଦୁଇଲକ୍ଷ

ରାଜ୍ୟ

ବାରିପଦା – ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବାଇଦାପୋଷୀ ଗ୍ରାମର କାଲେଶ୍ବର ହାଁସଦା ଆଜି ପୂର୍ବାହ୍ନ ୧୧ ଘଟିକା ରେଘରର ଆବଶ୍ୟକତା ପାଇଁ ରାଇଙ୍ଗପୁର ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଣ କରି ବଜାରକୁ ମାର୍କେଟିଂ ପାଇଁ ଯାଇଥିଲେ ।ବଜାରର ବାଟିକା ଲୁଗାଦୋକାନ ଏବଂ ବିଦେଶୀ ଠିପି ଖୋଲା ମଦ ଦୋକାନ ନିକଟରେ କାର ଟିକୁ ରଖି ଲକ୍କ କରି ନିକଟସ୍ଥ ଦୋକାନକୁ ମାର୍କେଟିଂ କରିବା ପାଇଁ ନିଜ ପରିବାର ସହିତ ଯାଇଥିଲେ ।କିଛି ସମୟ ପରେ ଆସି ଦେଖନ୍ତି ତ କାର କାଚ ଭାଙ୍ଗି ଟଙ୍କା ଥଳି ଲୁଟ ହୋଇଯାଇଛି ।ତାଙ୍କର‌ ହୋସ ଉଡି ଗଲା ।ମନଦୁଖରେ ସପରିବାର ରାଇରଙ୍ଗପୁର‌ ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ନିକଟସ୍ଥ ସିସିକେମେରା ଚେକ୍ କରିବା ସହିତ ତଦନ୍ତ ଜାରି ରଖିଅଛି ।ବର୍ତମାନ ଚାଲିଛି ପାର୍ବଣ ଋତୁ ।ସହର ଚଳଚଞ୍ଚଳ ।ତେଣୁ ଦୁବୃର୍ତମାନେ ଲୁଟ , ଛିନତାଇ, ଡକାୟତି ପାଇଁ ଜାଲ ବିଛାଇଛନ୍ତି ।ଜାଲରେ ଗୋଟେ ଦିଟା ଯାହା ବାଜୁଛି ଆଉ କିଛି ଫସରଫାଟି ଯାଉଛି ।

Shrutilipi ad