Img 20251030 wa0254

ଜିଲ୍ଲା ସ୍ତରୀୟ “ବିଶ୍ୱ ମିତଵ୍ୟୟିତା ଦିବସ” ପାଳିତ

ରାଜ୍ୟ
ବାରିପଦା: ଜିଲ୍ଲା ସଂଚୟ ଓ ଆର୍ଥିକ ବିଭାଗ ସେବା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଦିବସ ପାଳନ ଅବସରରେ ପ୍ରଥମେ ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ଅଧିକାରୀ ଅଭୟ ନାୟକ ସ୍ୱାଗତ ଭାଷଣ ଦେବାସହ ବିଶ୍ୱ ମିତବ୍ୟୟିତାର ଇତିହାସ ବିଷୟରେ କହିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଭାରତ ସରକାରଙ୍କ ଅର୍ଥ ବିଭାଗ ତରଫରୁ ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନାରେ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରିବାକୁ ଆୱାନ କରିଥିଲେ l ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସମସ୍ତ ନାଗରିକଙ୍କୁ ଯୋଡି ହେବାକୁ ଅନୁରୋଧ କରିଥିଲେ l ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଚ୍ଛାଏତ ସାଇବର ସିକୁରିଟି ଉପରେ ସଚେତନ କରାଇଥିଲେ l ଡାକ ବିଭାଗ ତରଫରୁ ଯୋଗ ଦେଇଥିବା ଡାକ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ମହାନ୍ତ ପୋଷ୍ଟ ଅଫିସରେ ଦିଆଯାଉଥିବା ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା ବିଷୟରେ କହିଥିବା ବେଳେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ମ୍ୟାନେଜେର ରାଜେଶ କୁମାର ବେହେରା ଡିଜିଟାଲ ବ୍ୟାଙ୍କିଙ୍ଗ ଓ ପେମେଣ୍ଟ ବ୍ୟାଙ୍କର ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ରଖିଥିଲେ l ଶେଷରେ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଦେଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କୃତ କରିଥିଲେ l ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓ ସମସ୍ତ ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ଉପସ୍ଥିତ ଥିଲେ l   ବସନ୍ତ କୁମାର ମହାପାତ୍ର, ଗୌତମ କୁମାର ସି, ମାନସ ମହାନ୍ତି, ସଞ୍ଜୟ କୁମାର ଦାସ, ମଧୁମିତା ମହାନ୍ତ, ଲୀଳା ପଟ୍ଟନାୟକ, ସବିତା ମହାନ୍ତ, ରିମାରାଣୀ ଦାସ, ସସ୍ମିତା ସାମଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l
Shrutilipi ad