Maa lnkswri 1024x943

ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା : ଏକ ବିଶ୍ଳେଷଣ

ରାଜ୍ୟ

ଦୁଷ୍ମନ୍ତ କୁମାର ପଣ୍ଡା, ସଂସ୍କୃତି ଗବେଷକ

ମା ଲଙ୍କେଶ୍ବରୀ ଙ୍କ ଇତିହାସ ଅନନ୍ୟ । ମାଆ ଲଙ୍କେଶ୍ଵରୀ ଜନ ମାନସ ର ଆସ୍ଥା ଓ ବିଶ୍ବାସ ର ପ୍ରତୀକ ।ଲଙ୍କେଶ୍ଵରୀଙ୍କ ଅନେକ ଗୂଢ ତଥ୍ୟ ରହିଛି । ମା ଲଙ୍କେଶ୍ୱରି ଙ୍କ ଆଦି ବୃତ୍ତାନ୍ତ ଗଭୀର ଭାବେ କହିବା ମୁଷ୍କିଲ ତଥାପି ଗଭୀର ଅଧ୍ୟୟନ ଏବଂ ଗବେଷଣା ପରେ ମା ଲଙ୍କେଶ୍ବରୀ ଙ୍କ ଇତିହାସ ସମ୍ପର୍କ ରେ କିଛି ତଥ୍ୟ ମିଳିଛି। ଲଙ୍କେଶ୍ଵରୀ ସଂସ୍କୃତି ଓ ଗବେଷଣା ପରିଷଦ ମାଧ୍ୟମରେ ଆହୁରି ଅଧିକ ଗବେଷଣା ଜାରି ରହିଛି ।

ଲଙ୍କା ର ଈଶ୍ୱରି ଅର୍ଥାତ ଅଧିଷ୍ଠାତ୍ରୀ ବୋଲି ସେ ମା ଲଙ୍କେଶ୍ବରୀ ।

ପୌରଣିକ ତଥ୍ୟ ଅନୁସାରେ ରାବଣ ର ପୁଅ ମେଘନାଦ ପଶିମ ଲଙ୍କା ଠାରେ ମାଆ ଲଙ୍କେଶ୍ଵରୀଙ୍କ ପୂଜାର୍ଚ୍ଚନା କରିବା ପରେ ହିଁ ଦିଗ ବିଜଯ ଯାତ୍ରା ଆରମ୍ଭ   କରୁଥିଲା ।  ସେ ମାଆ ଲଙ୍କେଶ୍ବରୀ ଙ୍କୁ ପ୍ରସନ୍ନ କରିବା ନିମିତ୍ତ ପଶ୍ଚିମଲଙ୍କା ଅର୍ଥାତ୍ ବର୍ତ୍ତମାନ ର ସୁବର୍ଣ୍ଣପୁର ପାଖରେ ମହାନଦୀ ର ଟାପୁ ରେ ପୂଜା କରୁଥିବା ରାବଣ ସଂହିତା ରେ ବର୍ଣ୍ଣିତ ରହିଛି ।

ତ୍ରିକଲିଙ୍ଗ ରାଜ୍ୟ କୁ ଇନ୍ଦ୍ରବନ ମଧ୍ୟ କୁହାଯାଉଥିଲା ।ସେହି ଇନ୍ଦ୍ରବନ ରେ ହିଁ ରାବଣ ର ପୁଅ ମେଘନାଦ ଦେବରାଜ ଇନ୍ଦ୍ର ଙ୍କୁ ପରାସ୍ତ କରି ଇନ୍ଦ୍ରଜିତ ନାମରେ ନାମିତ ହୋଇଥିବାର ପୌରଣିକ ତଥ୍ୟ ରହିଛି । ଏହିକ୍ରମରେ ମାଆ ଲଙ୍କେଶ୍ଵରୀଙ୍କ ପୂଜାର୍ଚ୍ଚନା କରି ଦୈବୀକୃପା ଲାଭ କରିପାରିଲେ ଅସାଧ୍ୟ ସାଧନ ହୋଇପାରିବ, ଏଥିରେ ଦ୍ଵିମତ ହିଁ ନାହି ।

ତ୍ରିକଲିଙ୍ଗ ରାଜ୍ୟ ର ରାଜଧାନୀ ହିଁ ଜେନାବଳୀ ପାଟଣା ଅର୍ଥାତ ବର୍ତ୍ତମାନ ର ଜୁନାଗଡ ।ଗବେଷଣା ସମୟରେ ଜଣାପଡିଛି ଯେ, ମା ଲଙ୍କେଶ୍ଵରୀ ଙ୍କ ଇତିବୃତ୍ତାନ୍ତ ତ୍ରିକଳିଙ୍ଗ ସାମ୍ରାଜ୍ୟ ସହିତ ଓତପ୍ରେତ ଭାବେ ଜଡ଼ିତ ।

ମରହଟ୍ଟା ମାନଙ୍କ ଆତଙ୍କ ରୁ ରକ୍ଷା ପାଇବା ନିମନ୍ତେ ତ୍ରୀକଲିଙ୍ଗାଧିପତି ଚିନ୍ଦକ ନାଗ ବଂଶୀ ରାଜା ଶ୍ରୀସାମନ୍ତ ବର୍ମନ ଖ୍ରୀଷ୍ଟ ପୂର୍ବ 562 ମସିହାରେ ରେ ଲଙ୍କା ରେ ମା ଲଙ୍କେଶ୍ବରୀ ଙ୍କମୂର୍ତ୍ତି ନିର୍ମାଣ କରାଇ ଲଙ୍କେଶ୍ଵରୀଙ୍କ ଆଦ୍ୟ ସ୍ଥାନ ପଶ୍ଚିମ ଲଂକା ବର୍ତ୍ତମାନ ର ସୁବର୍ଣ୍ଣପୁର ଠାରୁ ପୂର୍ଣ୍ଣ ତାନ୍ତ୍ରିକ ରୀତି ନୀତି ଅନୁସାରେ ଲଙ୍କେଶ୍ଵରୀଙ୍କ ପ୍ରାଣ ପ୍ରତିଷ୍ଠିତ ମୂର୍ତ୍ତି କୁ ପ୍ରତି ପାଦ ରେ ଛାଗ ବଳି ପ୍ରଦାନ କରି ତ୍ରିକଲିଙ୍ଗ ର ରାଜଧନୀ ଜେନାବଳି ପାଟନା ରେ ଅବସ୍ଥାପିତ କରିଥିବା ର ତାମ୍ରଲିପି ରେ ଉଲ୍ଲେଖ ଥିବା ଜଣାପଡିଛି । ପ୍ରାଚୀନ କାଳ ରୁ ହିଁ ତ୍ରିକଲିଙ୍ଗ ଅଧିପତି ମାନେ ମାଆ ଲଙ୍କେଶ୍ଵରୀଙ୍କ ସମ୍ମୁଖରେ ଅକ୍ଷତ ଉପରେ ଖଡଗ ସ୍ଥାପନ କରି ପଞ୍ଚମକାର ତତ୍ଵ ରେ ପୂଜାର୍ଚ୍ଚନା କରି ଯୁଦ୍ଧ କରିବା ପରେ ମରହଟ୍ଟା ମାନଙ୍କୁ ପରାସ୍ତ କରିଥିବା ପ୍ରକାଶ । ସେହି ଦିନ ଠାରୁ ମାଆ ଲଂକେଶ୍ଵରୀଙ୍କ ପାଖରେ ଖଣ୍ଡାବସା ପରମ୍ପରା ର ଅୟମାରମ୍ଭ ବୋଲି କୁହାଯାଇପାରିବ । ପ୍ରାକ୍ତନ ଜେନାବଳି ପାଟଣା ହିଁ ଆଜିର ଜୁନାଗଡ । ଆଜି ମଧ୍ୟ ଜୁନାଗଡ ମଧ୍ୟରେ ଗଡଖାଇ, ସତୀ ପଥର, ଭୈରବ ମୂର୍ତ୍ତି, ଇନ୍ଦ୍ରଖୁଣ୍ଟି ସମେତ ଅନେକ ବହୁ ପୁରାତନ ମନ୍ଦିର ରହିଛି ।

ପୌରଣିକ ତଥ୍ୟ ଏବଂ ଚିନ୍ଦକ ନାଗ ବଂଶୀ ରାଜାଙ୍କ ତଥ୍ୟ ହେଉ ମାଆ ଲଙ୍କେଶ୍ଵରୀଙ୍କ ପୂଜାର୍ଚ୍ଚନା କରି ଦୈବୀକୃପା ଲାଭ କଳା ପରେ ରାଜା ମାନେ ଅପରାଜେୟ ରହୁଥିବା ଅନେକ ଉଦାହରଣ ରହିଛି । ବିଶେଷ କରି ମାଆ ଲଂକେଶ୍ଵରୀଙ୍କ ସମ୍ମୁଖରେ ଯୁଦ୍ଧାସ୍ତ୍ର ଖଡ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରି ଦୈବୀକୃପା ଲାଭ କରି ରାଜା ମାନେ ଶତ୍ରୁ ଦମନ କରି ପାରୁ ଥିଲେ । ସେଥି ପାଇଁ ବୋଧ ହୁଏ ମାଆ ଲଂକେଶ୍ଵରୀଙ୍କୁ ରଣଚଣ୍ଡୀ ବୋଲି ମଧ୍ୟ କୁହାଯାଉଥିବା କିମ୍ବଦନ୍ତୀ ରହିଛି । ସେହି କ୍ରମରେ ମାଆ ଲଂକେଶ୍ଵରୀଙ୍କ ସମ୍ମୁଖରେ ଯୁଦ୍ଧାସ୍ତ୍ର ର ପ୍ରତୀକ ଖଡ୍ଗ କୁ ଅକ୍ଷତ ଉପରେ ସ୍ଥାପନ ବା ଖଣ୍ଡା ବସା ପରମ୍ପରା ଅଦ୍ୟାବଧି ଚାଲିଛି ବୋଲି କୁହାଯାଇପାରିବ ।

ଲଙ୍କେଶ୍ଵରୀଙ୍କ ମହିମା ଏତେ ପ୍ରସାରିତ ଥିଲା ଯେ, ବୌଦ୍ଧ ପରିବ୍ରାଜକ ହୁଏନସାଙ୍ଗ ଏବଂ ବୌଦ୍ଧ ପରିବ୍ରାଜକ ଫାଇୟାନ ମଧ୍ୟ ଲଙ୍କେଶ୍ଵରୀଙ୍କ ପୂଜାର୍ଚ୍ଚନା କରି ଦେବୀ କୃପା ଲାଭ କରିଥିବା ତଥ୍ୟ ଜଣାପଡିଛି ।

Img 20170913 wa0088 696x392

ଆମେରିକୀୟ ଦାର୍ଶନିକ ହାବର୍ଡ କାରୁଣ୍ଡ ପରିଭ୍ରମଣ ପାଇଁ ଆସିଥିବା ସମୟ ରେ ମା ଲଙ୍କେଶ୍ଵରୀ ଙ୍କ ମନ୍ଦିର କୁ କିଛି ବିଶେଷ ଅନୁସନ୍ଧାନ ପାଇଁ ଆସିଥିବା ର ବିବରଣୀ ଉଲ୍ଲେଖ କରିଥିବା ପ୍ରକାଶ ।

ରାମକୃଷ୍ଣ ପରମହଂସ ଙ୍କ ପରମ ଶିଷ୍ୟ ସ୍ବାମୀ ବିବେକାନନ୍ଦ ମାଆ ଶାରଦା ଙ୍କ ଆଶୀର୍ବାଦ ରେ ଚିକାଗୋ ଯିବା ପୂର୍ବରୁ ମାଆ ଲଙ୍କେଶ୍ଵରୀଙ୍କ ଆଶୀର୍ବାଦ ଭିକ୍ଷା କରିବା ନିମନ୍ତେ ପ୍ରଥମେ ସୁବର୍ଣ୍ଣପୁର ସ୍ଥିତ ମାଆ ଲଙ୍କେଶ୍ଵରୀଙ୍କ ଆଦ୍ୟ ପୀଠ କୁ ଯାଇ ପୂଜାର୍ଚ୍ଚନା କରିଥିଲେ ।ସେଠାରେ ଆଶାନୁରୂପକ ଆଧ୍ୟାତ୍ମିକ ପରିତୃପ୍ତି ନ ମିଳିବାରୁ ମୁଖ୍ୟ ପୂଜକ ଙ୍କ ପରାମର୍ଶ କ୍ରମେ ଜେନାବଳୀ ପାଟଣା ସ୍ଥିତ ଲଙ୍କେଶ୍ଵରୀ ଙ୍କ ପୀଠ ରେ ତିନି ଦିନ ପର୍ଯ୍ୟନ୍ତ ଧ୍ୟାନସ୍ଥ ରହି ଦୈବୀ କୃପା ଲାଭ କରିଥିବାର ମଧ୍ୟ ଜଣାପଡିଛି ।

କଳାହାଣ୍ଡି ର ପୁରାତନ ରାଜଧାନୀ ଜେନାବଲି ପାଟଣା ତଥା ତ୍ରିକଳିଙ୍ଗ ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଲଙ୍କେଶ୍ବରୀ। ଗବେଷଣା ରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୬୫୨ ବର୍ଷ ପୂର୍ବେ ତ୍ରିକଲିଙ୍ଗ ରାଜ୍ୟ ଉପରେ ମରହଟ୍ଟା ମାନଙ୍କ ଆକ୍ରମଣ ଯୋଜନା କରୁଥିବା ବେଳେ ତତ୍କାଳୀନ ତ୍ରିକଲିଙ୍ଗାଧିପତି ଚିନ୍ଦକ ନାଗ ବଂଶୀ ରାଜା ନିଜ ରାଜ୍ୟ ର ସୁରକ୍ଷା ପାଇଁ ଦୈବୀ କୃପା ପାଇବା ନିମନ୍ତେ ପଶ୍ଚିମ ଲଙ୍କା ର ଅଧିଷ୍ଠାତ୍ରୀ ଦେବୀ ମାଆ ଲଙ୍କେଶ୍ଵରୀଙ୍କ କୃପାଭିକ୍ଷା କରିଥିଲେ । ଲଙ୍କାରୁ ମାଆ ଲଙ୍କେଶ୍ଵରୀ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଇ ପ୍ରାଣ ପ୍ରତିଷ୍ଠା କରିବା ପରେ ପୂଜାର୍ଚ୍ଚନା କରି ପ୍ରତି ପାଦ ରେ ଛାଗ ବଳି ଦେଇ ରାଜଧାନୀ ଜେନାବଳୀ ପାଟଣା କୁ ଆଣି ସ୍ଥାପନ କରିବା ସହିତ ରାଜ୍ୟର ସୁରକ୍ଷା ପାଇ ପ୍ରାର୍ଥନା କରିଥିଲେ । ମାଆଙ୍କ ସମ୍ମୁଖରେ ଯୁଦ୍ଧାସ୍ତ୍ର ଖଡ୍ଗ ସ୍ଥାପନ କରି ମରହଟ୍ଟା ମାନଙ୍କୁ ପରାସ୍ତ କରିଥିଲେ ଏବଂ ନିଜ ରାଜ୍ୟ କୁ ସୁରକ୍ଷିତ କରିପାରିଥିଲେ । ସେହିଦିନ ଠାରୁ ମାଆ ଲଙ୍କେଶ୍ଵରୀ ତ୍ରିକଲିଙ୍ଗ ର ଅଧିଷ୍ଠାତ୍ରୀ ଦେବୀ ଭାବରେ ପ୍ରତିଷ୍ଠିତ ହେଲେ ଏବଂ ତ୍ରିକଲିଙ୍ଗାଧିପତି ଙ୍କ ଇଷ୍ଟ ଦେବୀ ଭାବେ ପୂଜା ପାଇ ଆସୁଛନ୍ତି । ମାଆ ଲଙ୍କେଶ୍ଵରୀଙ୍କ ସମ୍ମୁଖରେ ଯୁଦ୍ଧାସ୍ତ୍ର କୁ ପୂଜା କରିବା ପରେ ସେହି ଅସ୍ତ୍ର ଦ୍ବାରା ରାଜ୍ୟ କୁ ଏବଂ ନିଜ ପରିବାରକୁ ସୁରକ୍ଷିତ କରି ପାରିଥିବାରୁ ସେହି ପ୍ରଥା ଅନୁସାରେ ମାଆଙ୍କ ସମ୍ମୁଖରେ ଖଣ୍ଡାବସା ପାଳନ ହୋଇ ଅସୁଥିବାର ଜଣାପଡିଛି ।

ଠିକଣା,- ଲଙ୍କେଶ୍ଵରୀ ସଂସ୍କୃତି ଓ ଗବେଷଣା ପରିଷଦ, ଜୁନାଗଡ

କଳାହାଣ୍ଡି, ଓଡ଼ିଶା। ୭୬୬୦୧୪  Mob- 9114939329

Shrutilipi ad