ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଆଗାମୀ ନଭେମ୍ବର ମାସ ପାଇଁ  ଯୁଗ୍ମ ଜନ ଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

ରାଜ୍ୟ
ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଚଳିତ ବର୍ଷ ଆଗାମୀ ନଭେମ୍ବର ମାସରେ  ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ମାସର ପ୍ରଥମ ସୋମବାର  ତା ୦୩-୧୧-୨୦୨୫ ରିଖ   ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା ଠାରୁ  ଶୁଣାଣି ହେବ,ସେହିପରି ନଭେମ୍ବର ମାସର ଦ୍ୱିତୀୟ ସୋମବାର ତା. ୧୦-୧୧-୨୦୨୫ରିଖ  ବାମନଘାଟି ଉପଖଣ୍ଡ ପାଇଁ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ରାଇରଙ୍ଗପୁରରେ ପୂର୍ବାହ୍ନ ୧୦ଘଟିକା ଠାରୁ  ଶୁଣାଣି ଆରମ୍ଭ ହେବ , ସେହିପରି ନଭେମ୍ବର ମାସ ତୃତୀୟ ସୋମବାର  ତା ୧୭-୧୧-୨୦୨୫ ରିଖ  ପାଞ୍ଚପିଢ଼ ଉପଖଣ୍ଡ ପାଇଁ ଯଶିପୁର ବ୍ଲକ ଅଧିନସ୍ଥ ଗୁଡୁଗୁଡ଼ିଆ ଜି ପି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଶୁଣାଣି ପୂର୍ବାହ୍ନ ୧୦ଘଟିକା ଠାରୁ ଆରମ୍ଭ ହେବ ଏବଂ ନଭେମ୍ବର ମାସର  ଚତୁର୍ଥ ସୋମବାର ତା ୨୪-୧୧-୨୦୨୫ ରିଖ  କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ,ଉଦଳା ଠାରେ ପୂର୍ବାହ୍ନ ୧୦ ଘଟିକା ଠାରୁ  ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ | ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା  ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାର,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ ମାନଙ୍କ ଉପସ୍ଥିତି ରେ  ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଓ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିରରେ ସମ୍ପୃକ୍ତ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ  ମାନଙ୍କ ଉପସ୍ଥିତି ରେ ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି  କରି ସମାଧାନ ନିମନ୍ତେ ଆବଶ୍ୟକୀୟ  ପଦକ୍ଷେପ ନିଆଯିବ |
ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳ ର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା  ସମ୍ପର୍କିତ ଅଭିଯୋଗ ଗୁଡିକ ଉପସ୍ଥିତ ରହି ଜଣାଇ ପାରିବେ |
Shrutilipi ad