ଭୁବନେଶ୍ୱର: ବାତ୍ୟା “ମୋନ୍ଥା” ସୋମବାର ସକାଳ ୮.୩୦ ସମୟରେ ପଶ୍ଚିମକେନ୍ଦ୍ରୀୟ ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ଅଞ୍ଚଳଗୁଡ଼ିକ ଉପରେ ଅବସ୍ଥିତ।
ଏହା ପ୍ରଭାବରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ସେହିପରି ଏହା ପ୍ରଭାବରେ ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା, ଝଡ଼ ଏବଂ ଅଶାନ୍ତ ସମୁଦ୍ର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିଝଡ଼ ୧୫ଟି ଜିଲ୍ଲାକୁ ପ୍ରଭାବିତ କରିବ। ଯାହା ମଧ୍ୟରୁ ୮ଟି ରେଡ୍ ଜୋନ୍ ଅଧୀନରେ ରହିଛି ଏବଂ ଏଥିରେ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ହୋଇପାରେ।

