- ପ୍ରଶାସନ ର ଦ୍ୱାର କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଗୁଞ୍ଜାଇ ଟୁଡୁ
ବାରିପଦା : ବନାଞ୍ଚଳ ପରିବେଷ୍ଟିତ ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ମାଣିକପୁର ଗ୍ରାମପଞ୍ଚାୟତର ବାନ୍ଧଗାଁ ଗ୍ରାମର ଗୁଞ୍ଜାଇ ଟୁଡୁଙ୍କ ନାମ ରେ ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ ବ୍ଲକ ତରଫରୁ ମଞ୍ଜୁର ହୋଇଥିଲା l ପ୍ରଥମ କିସ୍ତି ୪୦,୦୦୦ ହଜାର ଟଙ୍କା ପାଇ ନିଜେ ଗୃହ ନିର୍ମାଣ କରିଥିଲେ l ଦୁଃଖର ବିଷୟ ପ୍ରଥମ କିସ୍ତି ରେ ଯେତେ ପର୍ଯ୍ୟନ୍ତ ନିର୍ମାଣ କରିବା କଥା ଗତ ଜୁନ ମାସ ରୁ ନିର୍ମାଣ କରିଦେଇଛନ୍ତି l ମାତ୍ର ଇତି ମଧ୍ୟରେ ଚାରି ମାସ ବିତିଗଲାଣି ହେଲେ ଦ୍ୱିତୀୟ କିସ୍ତି ମିଳୁନି l ଦ୍ୱିତୀୟ କିସ୍ତି ପାଇଁ ପଂଚାୟତ ଏବଂ ବ୍ଲକ କାର୍ଯାଳୟ ଯାଇ ଯାଇ ନୟାନ୍ତ ହେଲେଣି ଗୁଞ୍ଜାଇ ଟୁଡୁ lସୂଚନା ଥାଉକି ଯେ ୨୦୨୨ ମସିହା ଡିସେମ୍ବର ମାସ ରେ ଗୁଞ୍ଜାଇ ଟୁଡୁ ଙ୍କ ବାସଗୃହ ରେ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ରେ ନଡ଼ା ଛପର ଘରେ ନିଆଁ ଲାଗି ଘର ଛପର ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଥିବା ବେଳେ ଘରେ ଥିବା ଅସବାବପତ୍ର ଧାନ ଚାଉଳ, ଗହଣାଗାଣ୍ଠି, ଲୁଗାପଟା,ନଗଦ ଅର୍ଥ ରାଶି, ଛେଳି, କୁକୁଡ଼ା ସବୁ ପୋଡ଼ି ଛାର ଖାର ହୋଇଗଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ।ତତ୍କାଳୀନ ପାଟପୁର ରାଜସ୍ୱ ନୀରିକ୍ଷକ ଶିବଶଙ୍କର ନାୟକ ତଦନ୍ତ ପାଇଁ ଆସିଥିଲେ। ତାଙ୍କ ପରିବାରଙ୍କୁ ପଲିଥିନ ପ୍ରଦାନ କରିଥିଲେ। ସ୍ଥାନୀୟ ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠା ସୁରେନ୍ଦ୍ର ମୁଣ୍ଡା ଏବଂ ସଦସ୍ୟ ବୁଧୁରାମ ମୁଣ୍ଡା, ସୁନିତା ହାଁସଦା,ସୁକମଣୀ ହେମ୍ବ୍ରମ୍,କାରିଆ ମୁର୍ମୁ ଏବଂ ଛୋଟରାୟ ମୁର୍ମୁ ପ୍ରମୁଖ ପୀଡ଼ିତା ଘରେ ପହଞ୍ଚି ଖାଦ୍ୟ ସମେତ ଅନ୍ୟାନ୍ୟ ସହୟତା ପ୍ରଦାନ କରିଥିଲେ।

