ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଅଛି ଏକ ଲଜ୍ୟାଜନକ ଘଟଣା l ଦୁଇ ଜଣ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବାର ରାସଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଅଛି l ଏହି ଘଟଣା ଘଟିଅଛି ଚଳିତ ଅକ୍ଟୋବର ମାସ 22 ତାରିଖ ବିଳମ୍ବିତ ରାତ୍ରିରେ l ଘଟଣା ଅନୁଯାୟୀ ଉକ୍ତ ରାତ୍ରିରେ ଅଷ୍ଟମ ଏବଂ ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ନାବାଳିକା ସେମାନଙ୍କର ଦୁଇ ଜଣ ପୁରୁଷ ବନ୍ଧୁଙ୍କ ସହିତ ନଳଗଜା କୁ ଯାତ୍ରା ଦେଖିବା ପାଇଁ ଯାଇ ରା଼ତ୍ରୀ ପାଖା ପାଖୀ ଗୋଟାଏ ସମୟରେ ବାଇକରେ ଫେରୁଥିବା ସମୟରେ ସେମାନଙ୍କୁ ଅନ୍ୟ ଦୁଇଗୋଟି ବାଇକରେ ପାଞ୍ଚ ଜଣ ଯୁବକ ପିଛା କରି ଏକ ନିଛାଟିଆ ସ୍ଥାନରେ ଅଟକାଇଥିଲେ l ଏହାପରେ ଏହି ପାଞ୍ଚ ଜଣ ଯୁବକ ସେମାନଙ୍କର ପୁରୁଷବନ୍ଧୁ ଙ୍କୁ ପିଟିବା ସହ ସେମାନଙ୍କର ମୋବାଇଲ କୁ ଛଡାଇ ନେଇଥିଲେ l ଏଥି ସହିତ ଦୁଇ ଜଣ ନାବାଳିକା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଅଛି l ଦୁଷ୍କର୍ମ ପରେ ଦୁଇ ଜଣ ନାବାଳିକାକୁ ଅଭିଯୁକ୍ତ ମାନେ ଆଣି ଗ୍ରାମ ପାଖରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ଛାଡିଦେଇଥିଲେ l ମାତ୍ର ଏହି ଘଟଣା ବିଷୟରେ ଉକ୍ତ ନାବାଳିକା ଦୁଇ ଜଣ ଭୟଭୀତ ହୋଇ ଘର ଲୋକଙ୍କୁ ସଙ୍ଗେ ସଙ୍ଗେ ଜଣାଇ ନଥିଲେ l ଗତକାଲି ଏହି ବିଷୟରେ ଘରଲୋକ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ l ଏ ବାବଦରେ ରସଗୋବିନ୍ଦପୁର ଥାନାରେ ଏକ ଗଣ ଦୁଷ୍କର୍ମ ମାମଲା ରୁଜୁ କରବା ସହିତ ପୋଲିସ ଦୁଇ ଜଣ ଅଭିଯୁକ୍ତ କୁ ଅଟକ ରଖିଅଛି l ଏହିଭଳି ଏକ ସମ୍ବେଦନଶୀଳ ଘଟଣା କୁ ପୋଲିସ ପକ୍ଷରୁ ଅତ୍ୟଧିକ ଗୁରୁତ୍ୱ ଦିଆଯିବା ସହିତ ଏଥିରେ ସମ୍ପୂକ୍ତ ଥିବା ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଅଛି l

