ବାରିପଦା- ମୟୁରଭଞ୍ଜ ଜିଲ୍ଲା ଵହଳଦା ଅବକାରୀ ବିଭାଗର ସରକାରୀ ଜମି ଉପରେ ଦିର୍ଘଵର୍ଷ ଧରି ୧୬ ଟି ଦୋକାନୀ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ ।ଆଗକୁ ଅବକାରୀ ବିଭାଗର ଗୃହ ଏବଂ ଅଫିସ କାର୍ଯ୍ୟାଳୟ ନୂତନ ନିର୍ମାଣ ପାଇଁ ଜାଗା ଆବଶ୍ୟକ ଥିଲା ।କିନ୍ତୁ ଅବକାରୀ ବିଭାଗର ଜମିରେ ଦୋକାନୀମାନେ ଦୋକାନ କରିଥିଲେ ।ତେଣୁ ସେମାନଙ୍କୁ ଉଛେଦ ପାଇଁ ଅବକାରୀ ବିଭାଗ ତରଫରୁ ସ୍ଥାନ ଛାଡ଼ିବା ପାଇଁ ୩ ଥର ନୋଟିସ ଜାରି କରାଯାଇଥିଲା ।ଆଜି ପ୍ରଶାସନ ତରଫରୁ ଜଵରଦାଖଲ ଉଛେଦ ପାଇଁ ସେଠାରେ ପହଞ୍ଚି ଥିଲେ ।ମାଜିଷ୍ଟ୍ରେଟ ଡିଉଟିରେ ତିରିଂ ତହସିଲଦାର ସୁଶାନ୍ତ କୁମାର ଵେହେରା,ଵହଳଦା ତହସିଲଦାର ଶିବ ଶଙ୍କର ମୁର୍ମୁ,ଵହଳଦା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ,ରାଇରଙ୍ଗପୁର ଅବକାରୀ ବିଭାଗ ସୁପରିଣ୍ଟେଡେଣ୍ଟ ସୌମ୍ୟ ରଞ୍ଜନ ପ୍ରଧାନ,ରାଇରଙ୍ଗପୁର ଅବକାରୀ ବିଭାଗ ଆଇଆଇସି ବିନୟ ତିର୍କୀ,ବହଳଦା ଅବକାରୀ ଓଆଇସି ରଣଜିତ ଶବର,ବିଶୋଇ ଅବକାରୀ ବିଭାଗ ଆଇଆଇସି ଙ୍କ ସମେତ ବାରିପଦାରୁ ୧ ପ୍ଳାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଜେସିଵି ମାଧ୍ୟମରେ ଉଛେଦ କରାଯାଇଥିଲା ।ଦୋକାନୀମାନେ ସ୍ବତଃସ୍ଫୁର୍ତ୍ତ ଭାବରେ ନିଜର ଆସବାବପତ୍ର ନେଇଯାଇଥିଲେ ।ଶାନ୍ତି ଶୃଙ୍ଖଳାର ସହ ଉଛେଦ ପ୍ରକ୍ରୀୟା ସମ୍ପନ୍ନ ହୋଇଥିଲା ।

