Img 20251025 wa0166

ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ ର ଶୁଭାରମ୍ଭ

ରାଜ୍ୟ
ବାରିପଦା: ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ୱରେ ଏକ ଚିନ୍ତାର କାରଣ ହୋଇଥିବା ବେଳେ ସାରା ରାଜ୍ୟରେ ବର୍ତ୍ତମାନ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଆରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଆଜି ବିଭିନ୍ନ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲ୍ଲେ କରାଯାଇଛି।  ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ସୁଭାଷ ଚନ୍ଦ୍ର ନାୟକ ଓ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ଦାସ ଶୁଭାରମ୍ଭ କରିଥିଲେ। ଏଥିରେ ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ତମାଖୁ ର ପ୍ରଭାବ ସ୍ବାସ୍ଥ୍ୟ ଉପରେ ହାନିକାରକ ଏହି ଉପରେ ଏକ ଚିତଙ୍କନ୍ କାର୍ଯକ୍ରମ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ANM TC ର Principal ଭାରତୀ ଆରୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୁ ଜିଲ୍ଲା ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଧନୁ ମୁର୍ମୁ ଓ ଗଣେଶ୍ୱର ମହାନ୍ତି ପରିଚାଳନା କରିଥିଲେ।
Shrutilipi ad