ସରକାରୀ ଜମି ବେଆଇନ କବଜା ଉଦ୍ୟମ, କୋର୍ଟ ରେ ଅଗ୍ରାହ୍ୟ

ରାଜ୍ୟ
ବାରିପଦା : ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି, ବାରିପଦା ଡ଼ ନିଶାକର ସାହୁ ଉକ୍ତ ଦେୱାନୀ ମକଦ୍ଦମାରେ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି।
ପ୍ରକାଶ ଥାଉକି ସରକାରୀ ଜମି ବେଆଇନ କବଜା ଉଦ୍ୟମ ନେଇ ବାଦୀ ବୃନ୍ଦାରାଣୀ ମିଶ୍ର ସ୍ୱାମୀ:ସ୍ବର୍ଗତ ପ୍ରୋମଥ ନାଥ ମିଶ୍ର, ବାରିପଦା ମାଲିକାନା ସତ୍ତ୍ୱ ଓ ଦଖଲ ପାଇବା ପାଇଁ ଅତିରିକ୍ତ ବରିଷ୍ଠ ସିଭିଲ ଜଜ ବାରିପଦା ଙ୍କ କୋର୍ଟ ରେ ଏକ ସିଭିଲ କେଶ ନଂ ୪୯/୨୭/୨୦୧୫/୨୦୨୦ ସରକାରଙ୍କ ବିରୁଦ୍ଧରେ ମକଦ୍ଦମା ଦାଖଲ କରିଥିଲେ। ଉକ୍ତ ମକଦ୍ଦମା ର ଉଭୟ ପକ୍ଷରୁ ଜବାବ ଶୁଣି ଅତିରିକ୍ତ ବରିଷ୍ଠ ସିଭିଲ ଜଜ ଡ଼ ସାହୁ ରାୟ ପ୍ରକାଶ କରିଛନ୍ତି। ଉକ୍ତ ଜମିଟି ୱାର୍ଡ ନଂ ୪ (ଗୋଲାପ ବାଗ), ବାରିପଦା ସହର ମଧ୍ୟସ୍ଥଳ ରେ ଅବସ୍ଥିତ ଥିବା ସରକାରଙ୍କ ବହୁ ମୂଲ୍ୟବାନ ସମ୍ପତି ଅଟେ। ଯାହାର ଆନୁମାନିକ ମୂଲ୍ୟ ୨୦ କୋଟିରୁ ଉର୍ଦ୍ଧ ହେବ। ଉକ୍ତ ଜମି ପୂର୍ବରୁ ସରକାରଙ୍କ ରେକର୍ଡ ଭୁକ୍ତ ଥିଲା। ବର୍ତମାନ ମାନ୍ୟବର ଅତିରିକ୍ତ ବରିଷ୍ଠ ଦେୱାନୀ ଅଦାଲତ ବାରିପଦାଙ୍କ ରାୟ ଦ୍ୱାରା ଉକ୍ତ ମୂଲ୍ୟବାନ ଜମି ସରକାରଙ୍କ ମାଲିକାନା ସତ୍ତ୍ୱ କାଏମ ରହିଲା। ଉକ୍ତ ମକଦ୍ଦମା ବରିଷ୍ଠ ସରକାରୀ ଆଇନଜୀବୀ ଶ୍ରୀ ହିମାଂଶୁ କୁମାର ପାଣିଗ୍ରାହୀ ସରକାରଙ୍କ ପକ୍ଷରୁ ପରିଚାଳନା କରୁଥିଲେ |
Shrutilipi ad