Img 20251025 wa0190

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

ରାଜ୍ୟ
ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପି ସି ପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ସମେତ ମୋଟ ୧୨ ଟି ବିଦ୍ୟାଳୟର ପ୍ରାୟ ୨୫୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ବିଭିନ୍ନ ବିଭାଗରୁ ମୋଟ ୧୮ ଜଣ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି I ଚଳିତ ମାସ ୨୯ ତାରିଖ ଦିନ ସହିଦ ସ୍ମୃତି ଭବନରେ ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ ହେବ I ତତସହିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଂସ୍କୃତିକ ଦଳ ମଧ୍ୟ ଶ୍ରେଷ୍ଠ ସ୍ଥାନ ଅଧିକାର କରି ବ୍ଲକ ସ୍ତରକୁ ମନୋନୀତ ହୋଇଛନ୍ତି I ସି ଆର ସି ସି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ବ୍ରଜମୋହନ ମୁର୍ମୁ, କମଳା ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମି ଦେବୀ ସାୟନ, ରାଖାଲଗୋପ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତାରାଣୀ ଦାଶ, ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ଏଲ ଏଇ ସି କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବ କୁମାର ପାତ୍ର ଓ ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ପୁରସ୍କାର ବିତରଣ କରିଥିଲେ I ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସୁମିତ୍ରା ରାଉତ ଓ ପ୍ରିୟଙ୍କା ସାହୁ ତଥା ସରୋଜ କୁମାର ସାବତ, ବାମା ଚରଣ ବାନରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Shrutilipi ad