Img 20251023 wa0241

0 ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

ରାଜ୍ୟ
ବାରିପଦା –  ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ପରିସରରେ ୦ ର ୬ ବର୍ଷ ମଧ୍ୟରେ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ନିମନ୍ତେ ଅଙ୍ଗନବାଡ଼ି କର୍ମିଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ଦିଵ୍ଯାଙ୍ଗ  ଶଶକ୍ତ କରଣ ବିଭାଗର ଡେପୁଟି ଡାଇରେକ୍ଟର ସନ୍ଯାସୀ ବେହେରା,ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ରଣଜିତ ସୋରେନ,ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,,ଵାମନଘାଟୀ ଉପଖଣ୍ଡ ଭାରାପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମଵାରୀ ମୁର୍ମୁ, ସିଡିପିଓ ସାକରା ହାଁସଦାଃ,କୁସୁମି ବ୍ଳକ  ସାମାଜିକ ସୁରକ୍ଷା ଅଧିକାରୀଣୀ ରଜନୀଗନ୍ଧା ସିଂ, ରାଇରଙ୍ଗପୁର ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର,କନିଷ୍ଠ ବିଭାଗୀୟ ଅଧିକାରୀ ପ୍ରକାଶ ବେହେରା,ଏସଏସଇପିଡିର ପିଏ ଦେବାନନ୍ଦ କୁମ୍ଭକାର  ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ଦିଵ୍ଯାଙ୍ଗ ସଶକ୍ତକରଣ ବିଭାଗ ତରଫରୁ  ଓଡ଼ିଶାର ପ୍ରଥମ କରି ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ଠାରୁ ଜନ୍ମରୁ ୬ ବର୍ଷ ମଧ୍ୟରେ ଥିବା ଦିଵ୍ଯାଙ୍ଗ ଶିଶୁମାନଙ୍କୁ ଚିହ୍ନଟ ପାଇଁ ଅଙ୍ଗନବାଡି ଦିଦି ମାନଙ୍କ ପାଇଁ ଏକ ତାଲିମ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଗଣ କହିଥିଲେ ବ୍ଳକର କୌଣସି ପ୍ରାନ୍ତରେ ଯେଭଳି ଦିଵ୍ଯାଙ୍ଗ ଶିଶୁ ଚିହ୍ନଟ ରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଅଙ୍ଗନବାଡ଼ି ଦିଦି ମାନେ ଯତ୍ନଶୀଳ ହେବାକୁ ପରାମର୍ଶ ଦିଆଯାଇଥିଲା ।ରାଜ୍ୟ ସରକାର ଦିଵ୍ଯାଙ୍ଗ ଶିଶୁମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ଚିହ୍ନଟ ଦିଵ୍ଯାଙ୍ଗ ଶିଶୁମାନଙ୍କୁ ସେମାନଙ୍କ ପାଇଁ ଯାହାର‌ ଯାହା କିଛି ଆବଶ୍ୟକୀୟ ଉପକରଣ ସେସବୁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍କ ଯୋଗାଇ ଦିଆଯିବ ।ବଡ଼ ହେଲେ ଯେମିତି ସେମାନେ ପରିବାରର କିମ୍ବା ସମାଜର‌  ଵୋଝ ହୋଇ ରହିବେ ନାହିଁ ।ସେମାନେ ଯେଭଳି ସମାଜରେ ଅଲୋଡା ନ ହୁଅନ୍ତି ।ସେମାନଙ୍କୁ ସହାୟତାର ହାତ ବଢ଼ାଇବା ସମସ୍ତଙ୍କର ଦାୟିତ୍ଵ ।ଏହି କାର୍ଯ୍ୟକ୍ରମରେ କୁସୁମି ବ୍ଳକର ସମସ୍ତ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମର ଶତାଧିକ ଅଙ୍ଗନବାଡ଼ି କର୍ମୀ ସାମିଲ ହେବା ସହ ପ୍ରଶିକ୍ଷିତ ହୋଇଥିଲେ ।ଅଙ୍ଗନବାଡ଼ି ଦିଦିଙ୍କ ମୁଖ୍ୟ କାମ ହେଲା ତୃଣମୂଳ ସ୍ତରରୁ ଘରକୁ ଘର ବୁଲି ଦିଵ୍ଯାଙ୍ଗ ଶିଶୁମାନଙ୍କ ସଠିକ ଚିହ୍ନଟକରଣ କରିବା ସହ ସଠିକ ତଥ୍ୟ ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେବେ ।ସେମାନେ ଜିଲ୍ଲା କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ପଠାଇବେ । ସେହିପରି ମୟୂରଭଂଜ ଜିଲ୍ଲାର ଯାମଦାବ୍ଳକ ପରିସରରେ  ୦ ର ୬ ବର୍ଷ ମଧ୍ୟରେ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ନିମନ୍ତେ ଅଙ୍ଗନବାଡ଼ି କର୍ମିଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ଦିଵ୍ଯାଙ୍ଗ  ଶଶକ୍ତ କରଣ ବିଭାଗର ଡେପୁଟି ଡାଇରେକ୍ଟର ସନ୍ଯାସୀ ବେହେରା, ବିଡ଼ିଓ ଦେବାଶିଷ ପଣ୍ଡା,ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ରଣଜିତ ସୋରେନ,ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,,ଵାମନଘାଟୀ ଉପଖଣ୍ଡ ଭାରାପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମଵାରୀ ମୁର୍ମୁ,  ଭାରାପ୍ରାପ୍ତ ସିଡିପିଓ ସାକରା ହାଁସଦାଃ,କୁସୁମି ବ୍ଳକ  ସାମାଜିକ ସୁରକ୍ଷା ଅଧିକାରୀଣୀ ରଜନୀଗନ୍ଧା ସିଂ,  ଯାମଦା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣୀ ଦେବସ୍ମିତା ହାଃସଦାଃ,ରାଇରଙ୍ଗପୁର ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର,କନିଷ୍ଠ ବିଭାଗୀୟ ଅଧିକାରୀ ପ୍ରକାଶ ବେହେରା,ଏସଏସଇପିଡିର ପିଏ ଦେବାନନ୍ଦ କୁମ୍ଭକାର,ମନୋଜ ମହାନ୍ତ,  ପ୍ରମୁଖ ଯୋଗ ଦେଇଥିଲେ ।ରାଜ୍ୟ ଦିଵ୍ଯାଙ୍ଗ ସଶକ୍ତକରଣ ବିଭାଗ ତରଫରୁ  ଓଡ଼ିଶାର ପ୍ରଥମ କରି ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ସମେତ ଯାମଦା ବ୍ଳକର  ଜନ୍ମରୁ ୬ ବର୍ଷ ମଧ୍ୟରେ ଥିବା ଦିଵ୍ଯାଙ୍ଗ ଶିଶୁମାନଙ୍କୁ ଚିହ୍ନଟ ପାଇଁ ଅଙ୍ଗନବାଡି ଦିଦି ମାନଙ୍କ ପାଇଁ ଏକ ତାଲିମ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏଥି ସହିତ  ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ  ପରିସରରେ  ୦ ର ୬ ବର୍ଷ ମଧ୍ୟରେ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ,ମନେରଗାରେ ଦିଵ୍ଯାଙ୍ଗମାନଙ୍କ ପାଇଁ କର୍ମ ସଂସ୍ଥାନ ଏବଂ ‘ମିଶନ କ୍ଷମତା’  ଯୋଜନାରେ ମହିଳାମାନଙ୍କ ଜୀବନ ଜୀବିକା ଏବଂ ଏସଓଜି ସଦସ୍ୟମାନଙ୍କୁ ଆର୍ଥିକ ସଶକ଼ତ ନିମନ୍ତେ  ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ଦିଵ୍ଯାଙ୍ଗ  ଶଶକ୍ତ କରଣ ବିଭାଗର ଡେପୁଟି ଡାଇରେକ୍ଟର ସନ୍ଯାସୀ ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ଵାସନ୍ତୀ ଲାକ୍ରା,,ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ରଣଜିତ ସୋରେନ, ସିଡିପିଓ କୋଇଲି ମଣି ଟୁଡୁ,ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ସହକାରୀ ଜିଲ୍ଲାପାଳ ଅନିତା ମହାନ୍ତ,ଵାମନଘାଟୀ ଉପଖଣ୍ଡ ଭାରାପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମଵାରୀ ମୁର୍ମୁ, ,କୁସୁମି ବ୍ଳକ  ସାମାଜିକ ସୁରକ୍ଷା ଅଧିକାରୀଣୀ ରଜନୀଗନ୍ଧା ସିଂ,  ,କନିଷ୍ଠ ବିଭାଗୀୟ ଅଧିକାରୀ ପ୍ରକାଶ ବେହେରା,ଏସଏସଇପିଡିର ପିଏ ଦେବାନନ୍ଦ କୁମ୍ଭକାର,ଆଇଟିଡିଏ ର ସ୍ଵର୍ଣପ୍ରଭା,,  ପ୍ରମୁଖ ଯୋଗ ଦେଇଥିଲେ ।ରାଜ୍ୟ ଦିଵ୍ଯାଙ୍ଗ ସଶକ୍ତକରଣ ବିଭାଗ ତରଫରୁ ଆଜି ଓଡ଼ିଶାର ପ୍ରଥମ କରି ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ , ଯାମଦା ବ୍ଳକ ଏବଂ ରାଇରଙ୍ଗପୁର ବ୍ଳକର  ଜନ୍ମରୁ ୬ ବର୍ଷ ମଧ୍ୟରେ ଥିବା ଦିଵ୍ଯାଙ୍ଗ ଶିଶୁମାନଙ୍କୁ ଚିହ୍ନଟ ପାଇଁ ଅଙ୍ଗନବାଡି ଦିଦି ମାନଙ୍କ ପାଇଁ ଏକ ତାଲିମ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଗଣ କହିଥିଲେ ବ୍ଳକର କୌଣସି ପ୍ରାନ୍ତରେ ଯେଭଳି ଦିଵ୍ଯାଙ୍ଗ ଶିଶୁ ଚିହ୍ନଟ ରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଅଙ୍ଗନବାଡ଼ି ଦିଦି ମାନେ ଯତ୍ନଶୀଳ ହେବାକୁ ପରାମର୍ଶ ଦିଆଯାଇଥିଲା ।ରାଜ୍ୟ ସରକାର ଦିଵ୍ଯାଙ୍ଗ ଶିଶୁମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ଚିହ୍ନଟ ଦିଵ୍ଯାଙ୍ଗ ଶିଶୁମାନଙ୍କୁ ସେମାନଙ୍କ ପାଇଁ ଯାହାର‌ ଯାହା କିଛି ଆବଶ୍ୟକୀୟ ଉପକରଣ ସେସବୁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍କ ଯୋଗାଇ ଦିଆଯିବ ।ବଡ଼ ହେଲେ ଯେମିତି ସେମାନେ ପରିବାରର କିମ୍ବା ସମାଜର‌  ଵୋଝ ହୋଇ ରହିବେ ନାହିଁ ।ସେମାନେ ଯେଭଳି ସମାଜରେ ଅଲୋଡା ନ ହୁଅନ୍ତି ।ସେମାନଙ୍କୁ ସହାୟତାର ହାତ ବଢ଼ାଇବା ସମସ୍ତଙ୍କର ଦାୟିତ୍ଵ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକର ସମସ୍ତ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମର ଶତାଧିକ ଅଙ୍ଗନବାଡ଼ି କର୍ମୀ ସାମିଲ ହେବା ସହ ପ୍ରଶିକ୍ଷିତ ହୋଇଥିଲେ ।ଅଙ୍ଗନବାଡ଼ି ଦିଦିଙ୍କ ମୁଖ୍ୟ କାମ ହେଲା ତୃଣମୂଳ ସ୍ତରରୁ ଘରକୁ ଘର ବୁଲି ଦିଵ୍ଯାଙ୍ଗ ଶିଶୁମାନଙ୍କ ସଠିକ ଚିହ୍ନଟକରଣ କରିବା ସହ ସଠିକ ତଥ୍ୟ ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେବେ ।ସେମାନେ ଜିଲ୍ଲା କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ପଠାଇବେ ।
Shrutilipi ad