Snehanginee 1068x601

ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାରାଥନ ପ୍ରଚାର

ରାଜ୍ୟ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଶୁକ୍ରବାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନା ବ୍ଲକର ୩ ନମ୍ବର ଜିଲା ପରିଷଦ ଜୋନରେ ମାରାଥନ ପ୍ରଚାର କରିଛନ୍ତି। ନୂଆଗାଁ ପଞ୍ଚାୟତରୁ ସେ ପ୍ରଚାର ଆରମ୍ଭ କରିଥିଲେ। ନୂଆଗାଁ ପଞ୍ଚାୟତର କମକେଡା କାଳୀମାଟି, ତୁକୁଳା ପଡ଼ା, ଠୁତିବର୍, ଲୋହଣ୍ଡପଲିରେ ଜନସାଧାରଣଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି। ସ୍ନେହାଙ୍ଗିନୀଙ୍କ ସହିତ ବିଜେଡି ନେତା ଦେବୀ ମିଶ୍ର, ପୁଷ୍ପେନ୍ଦ୍ର ସିଂ ଦେଓ. ଜୋନ ନଂ. ୩ର ଜିଲ୍ଲା ପରିଷଦ ସଦସ୍ୟ ତଥା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ଜିଲ୍ଲା ସାଧାରଣ ସମ୍ପାଦକ କାର୍ତ୍ତିକ ଡି ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପ୍ରତି ଗ୍ରାମରେ ସ୍ନେହାଙ୍ଗିନୀଙ୍କୁ ଜନତାଙ୍କ ଅଭୂତପୂର୍ବ ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ମିଳିଥିବା ଦେଖିବାକୁ ମିଳୁଛି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପରିଶ୍ରମ ବଳରେ ନୂଆପଡ଼ା ଯେଉଁ ବିକାଶର ବାର୍ତ୍ତା ଲେଖିଛି ତାର ଦ୍ୱାହି ଦେଇ ସ୍ନେହାଙ୍ଗିନୀ ଭୋଟ ଭିକ୍ଷା କରିଥିଲେ।

Shrutilipi ad