ଭୁବନେଶ୍ୱର: ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଧନତେରାସ ଓ ଦୀପାବଳି ପରେ ସୁନା, ରୁପାର ଦାମ ଖସିଛି। ଦୀପାବଳି ପରେ ସୁନା ଏବଂ ରୁପା ଦରରେ ଦେଖାଦେଇଛି ବଡ଼ ହ୍ରାସ। ଉଭୟ ଧାତୁ ନିଜ ନିଜର ସର୍ବକାଳୀନ ରେକର୍ଡ ସ୍ତରରୁ ଖସିଆସିଛି। ୫ ଦିନରେ ସୁନା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଯାଇଛି। ଅନ୍ୟପକ୍ଷରେ, ସପ୍ତାହ ମଧ୍ୟରେ ୩୨୦୦୦ ଟଙ୍କା ହ୍ରାସ ପାଇଛି ରୁପା ଦର। ଫଳରେ ଏହା ୨ ଲକ୍ଷ ଟଙ୍କା ସ୍ତର ତଳକୁ ଖସିଯାଇଛି ।

