Img 20251019 wa0002

ଛିନ୍ତାଇ ବେଳେ ୩ ଆନ୍ତଃରାଜ୍ଯ ଦୁଵୃର୍ତଙ୍କୁ କାବୁକଲେ ଲୋକେ; ପୋଲିସକୁ ହସ୍ତାନ୍ତର

ରାଜ୍ୟ
ବାରିପଦା-  ଏବେ ପାର୍ବଣ ଋତୁ ଚାଲିଛି l ଧନ୍ତତରସ  ଦିବସ  ଏବଂ କାଳୀ ପୂଜାରେଲୋକେ ଗହଣା କିଣାକିଣି କରନ୍ତି ।ଏହାର ସୁଯୋଗକୁ ଉଣ୍ଡି ବସିଛନ୍ତି ଆନ୍ତଃ ରାଜ୍ୟ ଦୁବୃର୍ତ l ଗତକାଲି ରାତ୍ରିରେ ରାଇରଙ୍ଗପୁର ସହରର ବିର୍ସା ମୁଣ୍ଡା ପାର୍କ ନିକଟରେ ଏକ ଦମ୍ପତ୍ତିଙ୍କ ଠାରୁ ପର୍ସ ଛିନତାଇ ଘଟଣାରେ ୩ ଆନ୍ତଂରାଜ୍ଯ ଦୁଵୃର୍ତ୍ତଙ଼କୁ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ସୂଚନାଯୋଗ୍ୟ ରାଇରଙ୍ଗପୁର‌ ଟାଉନଥାନା ଅନ୍ତର୍ଗତ ତାମଳଵନ୍ଧ ଗ୍ରାମର ଶେଗର ପାଲ ଏବଂ ତାଙ୍କ ପତ୍ନୀ ମାମିନା ପାଲ ଧନତରାସ୍ ଉଟଲକ୍ଷେ ରାଇରଙ୍ଗପୁର ସହରକୁ ଆସି ମାର୍କେଟିଂ କରି ବାଇକ ଯୋଗେ ଘରକୁ  ଘରକୁ ଫେରୁଥିଲେ ।ବିର୍ସା ମୁଣ୍ଡା ପାର୍କ ପାଖରେ ଅନ୍ଧାରିଆ ସୁଯୋଗ ନେଇ ଏକ ବାଇକରେ ୩ ଦୁବୃର୍ତ୍ତ ତାଙ୍କ ଗାଡ଼ିକୁ ଅତିକ୍ରମ କରି ମହିଳାଙ୍କ ପର୍ସ କୁ ଛଡାଉ ନେଉଥିବା ସମୟରେ ମହିଳା ଜଣକ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ  ।ପର୍ଶର ଗୋଟେ ହେଣ୍ଡଲ ଛିଡି ଯାଇଥିଲା ।ତଥାପି ମହିଳା  ପର୍ସ କୁ ଛାଡିନଥିଲେ ।ମହିଳା ଜଣକ ଚିତ୍କାର କରିବା ଦ୍ବାରା ଦୃତଗତିରେ ଖସି ପଳାଉଥିବା ଦୁବୃର୍ତ୍ତ ମାନେ ଭାରସାମ୍ୟ ହରାଇ ରାସ୍ତାର ତଳକୁ ଛିଟିକି ପଡ଼ିଥିଲେ ।ମହିଳାଙ୍କ ଚିତ୍କାର ଶୁଣି ଲୋକେ ଦୌଡ଼ି ଆସି ୩ ଦୁବୃର୍ତ୍ତ ଙ୍କୁ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ସହ ୩ ଜଣ ଦୁଵୃର୍ତଙ୍କୁ ଥାନାକୁ ନେଇ ପଚରା ଉଚୁରା କରିବା ସହ ତଦନ୍ତକୁ ଜାରି ରଖିଛନ୍ତି ।ପଚରା ଉଚୁରା ସମୟରେ ୩ ଦୁଵୃର୍ତଙ୍କ ମଧ୍ୟରୁ ୨ ଜଣ ଵିହାରୀ ଆଉଜଣେ କଟକର  ବୋଲି ଜଣା ପଡିଅଛି।ମହିଳାଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି  । ସୂଚନା ଯୋଗ୍ୟକି ଦୁଇ ଦିନ ତଳେ ୪ ଜଣ ଡକାୟତଙ୍କୁ ଵହଳଦା ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ମାରଣାସ୍ତ୍ର  ଜବତ କରିଅଛି l
Shrutilipi ad