Accident 1

କାର ଧକ୍କା ଦେଲା ବାଇକ କୁ, ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ରାଜ୍ୟ

ବାରିପଦା – ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ସହର ଦେଇ ଯାଇଥିବା ଜାତୀୟ ରାଜପଥ ର ସ୍ଥାନୀୟ ଜୁବିଲି ପେଟ୍ରୋଲ ପମ୍ପ ନିକଟରେ ଜଣେ ବାଇକ ଆରୋହୀ ଙ୍କୁ ପଛପଟୁ  ଏକ ଇନୋଭା କାର ଦ୍ରୁତ ଗତିରେ ଆସି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଅଛି l ଦୁର୍ଘଟଣା ଏତେ ଭୟାନକ ଥିଲାଯେ କାର ଟି ବାଇକ ଆରୋହୀ ଙ୍କୁ କିଛି ଦୂର ଘୋଷାଡ଼ି ନେଇଥିଲା l ଫଳରେ ବାଇକ ଆରୋହୀ ଙ୍କ କ୍ଷତ ବିକ୍ଷତ ଦେହ ସାଙ୍ଗକୁ ରାସ୍ତାରେ ରକ୍ତ ର ସୁଅ ଛୁଟିଥିଲା l ଘଟଣା ସ୍ଥଳରେ କିଛି ସମୟ ଉତେଜନା ଲାଗି ରହିଥିଲା l ପୋଲିସ ଏବଂ ଅଗ୍ନିଶ୍ରମ ବାହିନୀ ଆସି ମୃତକଙ୍କ ଶବକୁ ଜବତ କରି ବାରିପଦା ପିଆରଏମ ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିଲେ l ମୃତକ ଜଣକ ହେଲେ ଉକ୍ତ ଅଞ୍ଚଳର ଅଶୋକ ଘୋଷ (65) l ଗତଜାଲି ରାତ୍ରିରେ ନିଜ କାମସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲେ l

Shrutilipi ad