Img 20251018 wa0230

ଆଦି କର୍ମଯୋଗୀ ଅଭିଯାନ ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ମୟୂରଭଞ୍ଜ ସମ୍ମାନିତ

ରାଜ୍ୟ
ବାରିପଦା : ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉଦାହରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ସ୍ୱୀକୃତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ “ଆଦି କର୍ମଯୋଗୀ  ଅଭିଯାନ” ଉପରେ ଜାତୀୟ ସମ୍ମେଳନ  ଉତ୍ସବରେ ଭାରତର ରାଷ୍ଟ୍ରପତି ମାନ୍ୟବର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ କାର୍ଯ୍ୟ ପ୍ରଦର୍ଶନ କରିଥିବା ରାଜ୍ୟ, ଜିଲ୍ଲା, ବ୍ଲକ ଓ ସମ୍ୱନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ମାନଙ୍କୁ ସମ୍ମାନିତ କରିଛନ୍ତି। ଉକ୍ତ ଉତ୍ସବରେ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଓ ମନ୍ତ୍ରାଳୟର ସଚିବ ବିଭୁ ନାୟାର ଉପସ୍ଥିତ ଥିଲେ। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଳାକୁ ଆଦି କର୍ମଯୋଗୀ ଅଭିଯାନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସୟ ଗର୍ଵ ଓ ଆନନ୍ଦର ସହିତ ଏହି ସମ୍ମାନ ସାମଗ୍ର ମୟୂ୍ରଭଞ୍ଜ ଜିଲ୍ଲାର ବୋଲି କହିଛନ୍ତି। ଆଦିବାସୀ ବହୁଳମୟୁରଭଞ୍ଜ ଜିଲ୍ଳାରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ ଅନୁଷ୍ଠାନ ଯଥା ଆଦି କର୍ମଯୋଗୀ, ଆଦି ସହଯୋଗୀ ଓ ଆଦି ସାଥି ମାନଙ୍କର ଏହା ମିଳିତ ପ୍ରୟାସର ଫଳ ବୋଲି କହିଛନ୍ତି। ଏହି ଅଭିଯାନରେ ଜିଲ୍ଲାର ୧୩୬୩ଟି ଆଦିବାସୀ ବହୁଳ ବସତି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ସଶକ୍ତ କରିବା ତଥା ଯେଉଁମାନେ ଏହାର ସର୍ବାଧିକ ଆବଶ୍ୟକତା ଆଶା ରଖିଛନ୍ତି ସେମାନଙ୍କ ପାଇଁ ଏହା କିପରି ଶତ ପ୍ରତିଶତ ଉପଲବ୍ଧ ହେବ ତାହା ଆମର ଲକ୍ଷ୍ୟ ବୋଲି କହିଛନ୍ତି। ଏହି ଅଭିଯାନର ମୂଳ ଲକ୍ଷ୍ୟ ଅନୁସାରେ ପ୍ରତ୍ୟେକ ଆଦିବାସୀ ଗ୍ରାମକୁ ସ୍ୱାବଲମ୍ବୀ, ବିକଶିତ ଗ୍ରାମ କରିବା ଏବଂ ଦେଶର ଉନ୍ନତିରେ ସେମାନଙ୍କ ସକ୍ରିୟ ସହଭାଗୀତା ରହିବା ସହିତ ଉନ୍ନତିର ଲାଭ ଆଦିବାସୀ ଅଂଚଳର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା  ପ୍ରଶାସନ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି।
Shrutilipi ad