ଭଦ୍ରକ: ଆଉ କିଛି ଦିନ ପରେ ଭଦ୍ରକର ବଙ୍ଗୋପସାଗର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଭିଡ ଜମିବ । ଏନ୍ତୁଡ଼ିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ ରିଡଲେଙ୍କର ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବ । ଅଲିଭ ରିଡଲେର ସୁରକ୍ଷା ଓ ନିରାପଦ ପ୍ରଜନନ ପ୍ରକ୍ରିୟାକୁ ନଜରରେ ରଖି ଧାମରା ଠାରୁ ଗହୀରମଥା ଯାଏ ବନବିଭାଗ ତରଫରୁ ବ୍ୟାପକ କଟକଣା ବ୍ୟବସ୍ଥା କରାଯାଉଛି ।
ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଗହୀରମଥା ଯାଏ ୧୬୦ କିଲୋମିଟର ପର୍ଯ୍ୟନ୍ତ ଲାଗିବ କଟକଣା ।

