Img 20251012 wa0113

ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ତା. ୧୧. ୧୦. ୨୦୨୫ରିଖ ତାରିଖରେ ବାରିପଦା ସ୍ଥିତ ଷ୍ଟାଡିଅମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ସମାଜରେ ଲିଙ୍ଗଗତ ବୈଷମତାକୁ ଦୂର କରିବା ଓ  ମହିଳା ତଥା କନ୍ୟା ସନ୍ତାନ ମାନେ କିପରି ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରି ପାରିବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଅଛି I ପ୍ରତିବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର ୧୧ ତାରିଖରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ  ପରିପ୍ରେକ୍ଷୀରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଏବଂ ଜିଲ୍ଲା ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି  ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।
କନ୍ୟା ସନ୍ତାନ ମାନେ କିପରି ସମାଜରେ ଆଗକୁ ଆସି ନିଜର ସ୍ୱତନ୍ତ୍ର  ପରିଚୟ ସୃଷ୍ଟି କରିପାରିବେ ଓ ସମାଜ ତଥା ପରିବାରରେ  ଲିଙ୍ଗଗତ ବୈଷମତାକୁ ଦୂର କରି କିପରି ସବୁ ଝିଅ ମାନେ ପାଠ ପଢି ଆଗକୁ ଯାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ସେ ସମ୍ପର୍କରେ ସମସ୍ତ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମରେ ୨୬ ଟି ବ୍ଲକ ରୁ ୧୨୦ ଜଣ ବାଳିକା ଯୋଗ ଦେଇଥିଲେ I ବାଳିକା ମାନଙ୍କ ଦ୍ୱାରା ଗୀତ, ନାଚ ବକ୍ତୃତା ଇତ୍ୟାଦି  ପ୍ରତିଯୋଗିତା ହୋଇଥିଲା ଏବଂ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ମୟୂରଭଞ୍ଜର ଗର୍ବ ରଗବିଫୁଟବଲ ଖେଳାଳୀ  ପାର୍ବତୀ ହାଁସଦାଙ୍କୁ ସମ୍ମାନିତ କରାଯାଇଥିଲା। ଗଳ୍ପ କାନ୍ଥ ମାଧ୍ୟମରେ ବାଳିକା ମାନେ  ନିଜ ନିଜର ସଫଳ କାହାଣୀ ଓ ନିଜ ଜୀବନର ଲକ୍ଷ୍ୟ ଓ ଚିତ୍ର ମାଧ୍ୟମରେ ବାଳିକା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ସି ଡି ପି ଓ ମାନେ ଯୋଗଦେଇଥିଲେ। ମହିଳା ସଶକ୍ତିକରଣ କେନ୍ଦ୍ରର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Shrutilipi ad