Img 20251011 wa0143

ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମ ନିର୍ଭରତା ମିଶନ ଯୋଜନାର ଶୁଭାରମ୍ଭ

ରାଜ୍ୟ

ବାରିପଦା- ଆଜି ଜାତୀୟ କୃଷି ବିଜ୍ଞାନ ପରିସର, ନୂଆଦିଲ୍ଲୀ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଦେଶରେ ଦୁଇଟି ନୂତନ ଯୋଜନାର ଶୁଭାରମ୍ଭ ହୋଇଛି।

ଏହି କ୍ରମରେ ବାରିପଦା ଠାରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଶମାଖୁଣ୍ଟାଙ୍କ ମିଳିତ ସହଯୋଗରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ପ୍ରଧାମନ୍ତ୍ରୀ ଧନଧାନ୍ୟ ଯୋଜନା ଆମ ରାଜ୍ୟର ମାଲକାନଗିରି, କନ୍ଧମାଳ, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହି ଯୋଜନାର ଉତ୍ପାଦନ ବୃଦ୍ଧି, ଜଳସେଚନ ଅଭିବୃଦ୍ଧି, ଅଣଧାନ ଫସଲର ଅଭିବୃଦ୍ଧି ଏବଂ ସହଜ ଋଣର ସୁବିଧା ଇତ୍ୟାଦି ଏହାର ଲକ୍ଷ୍ୟ ରହି ଅଛି ।

ଦେଶର ଚାଷୀଙ୍କୁ ଡାଲି ଜାତୀୟ ଫସଲରେ ଆତ୍ମ ନିର୍ଭର କରିବା ଲକ୍ଷ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ କରିଛନ୍ତି ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନବଲ୍ଲଭ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଉପ କୃଷି ନିର୍ଦ୍ଦେଶକ ଶ୍ରୀ ଟଙ୍କ ଧର କାଲୋ ଉପସ୍ଥିତ ରହି ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଶ୍ରୀମତୀ ସଂଘମିତ୍ରା ପଟ୍ଟନାୟକ ପରିଚାଳନା କରିଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧୁସ୍ମିତା ଜେନା, ସହକାରୀ କୃଷି ନିର୍ଦ୍ଦେଶକ, ରମ୍ୟରଞ୍ଜନ ମହାନ୍ତ, ଅର୍ଚ୍ଚନା ବଳା, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଝୁନିଲତା ଭୂୟାଁ, ପ୍ଲାବିତା ରାୟ, ଗୋବିନ୍ଦ ଚନ୍ଦ୍ର ଧଳ ପରିଚାଳନାରେ ସହଯୋଗ କରିଥିବା ବେଳେ କାନ୍ତା ପୁଥାଲ, ସରୋଜ ଦାସ, ମାନସ ରଞ୍ଜନ ମହାନ୍ତି, ରାଜାରାମ ସାହୁ, ସିଦ୍ଧାର୍ଥ ଦାସ, ତୁଷାର ମହାନ୍ତି ଏବଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ।
ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୨୦୦ ଚାଷୀ ଯୋଗ ଦେଇ ନୂତନ ଯୋଜନା ସମ୍ପର୍କିତ ସୂଚନା ପ୍ରାପ୍ତ କରିଥିଲେ।

Shrutilipi ad