ବାରିପଦା : ଦିନକୁ ଦିନ ବାମନଘାଟୀ ଉପଖଣ୍ଡରେ ହତ୍ୟାକାଣ୍ଡ ବୃଦ୍ଧି ପାଉଛି ।ସୂଚନା ଯୋଗ୍ୟ ଆଜି ଶୁକ୍ରଵାରଦିନ ସକାଳେ ଵହଳଦା ଥାନା ଅନ୍ତର୍ଗତ ସାନଦୁନ୍ଦୁ ଗ୍ରାମର କିଛି ଲୋକେ ଗାଁ କଵରସ୍ଥଳ ଦେଇ ନିଛାଟିଆ ଜାଗା କୁସୁମ ଡୁଙ୍ଗୁରୀରେ ଶୌଚ ପାଇଁ ଯାଉଥିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଅଜଣା ଯୁବକର ମୃତଦେହ ପଡ଼ିଥିବା ଦେଖିଥିଲେ ।ପରେ ଗ୍ରାମବାସୀ ଵହଳଦା ଥାନାକୁ ଜଣାଇଥିଲେ ।ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ବହଳଥା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ବାରିପଦାର ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଯୁବକର ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିଲା । ଯୁବକର ଗଳା କାଟିବା ସହ ମୁଣ୍ଡକୁ ମଧ୍ଯ ହାଣି ଦେଇଛନ୍ତି ।ସ୍ଥାନଟି ଅତ୍ୟନ୍ତ ନିଛାଟିଆ ।ଏହି ରାସ୍ତା ପଡୋଶୀ ଝାଡ଼ଖଣ୍ଡର ଦୁମା ଅଞ୍ଚଳକୁ ଯାଇଛି ।ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଏହି ଅଞ୍ଚଳଟି ନିଛାଟିଆ କଚା ରାସ୍ତା ହୋଇଥିବାବେଳେ ପୂର୍ବରୁ ମଧ୍ୟ ଏଠାରେ ୨/୩ ଟି ହତ୍ୟାକାଣ୍ଡ ଘଟିଥିବା ଗ୍ରାମଵାସୀ ପ୍ରକାଶ କରିଛନ୍ତି । ହତ୍ୟାକାରୀ କୁ ଶିଘ୍ର ଗିରଫ କରାଯାଇ କଠୋର ଦଣ୍ଡ ଦେବାସହ ପୋଲିସ ପେଟ୍ରୋଲିଂ ପାଇଁ ଗ୍ରାମଵାସୀ ଦାବି କରିଛନ୍ତି ।

