Img 20251010 wa0146

ନକଲି ମଦ କାରଖାନା ଠାବ,୧୦ ଲକ୍ଷ ଟଙ୍କାର ନକଲି ମଦ ଓ ସାମଗ୍ରୀ ଜବତ ,୩ ନାବାଳକ ସମେତ ୬ ଜଣ ଗିରଫ

ରାଜ୍ୟ

ବାରିପଦା : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପ ଅଧୀକ୍ଷକ ଅବକାରୀ କାର୍ଯ୍ଯାଳୟ ଅଧିନସ୍ଥ ଵହଳଦା ଅବକାରୀ ଅଞ୍ଚଳ ତିରିଂ ବ୍ଳକର ପଣ୍ଡୁପାଣି ଅଞ୍ଚଳର ଜଟା ଗ୍ରାମର ଆଜି ଶୁକ୍ରବାର ଦିନ ଉପ ଅଧୀକ୍ଷକ ଅବକାରୀ ବିଭାଗ,ରାଇରଙ୍ଗପୁର ଶ୍ରୀ ସୌମ୍ଯ ରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାଇରଙ୍ଗପୁର ଅବକାରୀ ବିଭାଗ ଏବଂ ବହଳଦା ଅଵକାରଘ ବିଭାଗ ମିଳିତ ଚଢ଼ାଉରେ ଏକ ପରିତ୍ୟକ୍ତ ଘରୁ ବହୁ ପରିମାଣରେ ନକଲି ମଦ ପ୍ରସ୍ତୁତ ହେଉଥିବା ସାମଗ୍ରୀ,ନକଲି ମଦ, ବିଭିନ୍ନ ମଦ କମ୍ପାନୀର ଷ୍ଟିକର ,ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିବା ସହ ତଦନ୍ତ ଜାରି ରଖିଛନ୍ତି । ତଦ ସହ ଏକ ବୁଲେଟ ସମେତ ଏକ ହିରୋହୁଣ୍ଡା ପେସନ, ଆପାଚି ବାଇକ୍ ସହ ୫ ଟି ମୋବାଇଲ ଜବତ କରିଛନ୍ତି । ସୂଚନାଯୋଗ୍ୟ କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ସ୍ଥଳେ ଦଳେ ଅତର୍କିତ ଭାବରେ ଚଢ଼ାଉ କରିଥିଲେ ।ଏତେ ପରିମାଣର ମଦ ବୋତଲ, ଏବଂ ସାମଗ୍ରୀ ଦେଖି ବିଭାଗୀୟ ଅଧିକାରୀମାନେ ଅବାକ ହୋଇଯାଇଥିଲେ । ପରେ ସମସ୍ତ ସାମଗ୍ରୀ ଏଵଂ ନକଲି ମଧ୍ୟରେ ସାମିଲ ଥିବା ୫ ଜଣଙ୍କୁ ଅବକାରୀ କାର୍ଯ୍ୟାଳୟକୁ ଆଣି ତଦନ୍ତ ଜାରି ରଖିଛନ୍ତି । ଅଟକ ଥିବା ୬ ଜଣଙ୍କ ଘର ପଡୋଶୀ ଝାଡଖଣ୍ଡ ରାଜ୍ୟର । ୬ ଜଣ ମଧ୍ୟରୁ ୩ ଜଣ ନାବାଳକ ଅଟନ୍ତି ।ପଡୋଶୀ ଝାଡଖଣ୍ଡ ରାଜ୍ୟର ମଦମାଫିଆ ମାନେ ସିମାନ୍ତ ଅଞ୍ଚଳରେ ପଶି ଗ୍ରାମ ଲୋକଙ୍କୁ ହାତ ଵାରିଷି କରି ନକଲି ସଦର ବନ୍ୟା କରୁଛନ୍ତି । ଜବତ ସାମଗ୍ରିକ ମଧ୍ୟରେ ୫୫୭.୩୧୦ ଲିଟର ନକଲି ବିଦେଶୀ ମଦ,୩ ଟି ମଟର ସାଇକେଲ,୫ ଟି ମୋବାଇଲ,ସ୍ପିରିଟ ୨୦ ଲିଟର,୧୦୦୦ ରୁ ଉର୍ଦ୍ଧ୍ବ ଖାଲି ମଦ ବୋତଲ, ୪୯୦୦ ନକଲି ମଦ କମ୍ପାନୀ ଲୋଗୋ ,୧୫୯୦ ଟି ଖାଲି ଠିପି ।ବଡ଼ ବଡ଼ ମଦ କମ୍ପାନୀର ନକଲି ଷ୍ଟିକର ଆରଏସ,ଆଇକନିକ,ବ୍ରାକୁ ଛିଦ୍ର,ନମ୍ବର ୧ ଲକ୍ସରି ରେସର,ହୁଇସ୍କି,ଆର ସି କିଙ୍ଗ ଗୋଲ୍ଡ,ଵ୍ଳାକ୍ ହର୍ସ,ଏବଂ ଅନ୍ୟ ବହୁ ବହୁ ନାମୀ ଦାମୀ କମ୍ପାନୀର ଷ୍ଟିକର । ଅବକାରୀ ବିଭାଗୀୟ ଅଧିକାରୀମାନଙ୍କୁ କିଭଳି ନକଲି ମଦ ପ୍ରସ୍ତୁତ କରିବା,ଷ୍ଟିକର ମାରିବାରେ ଡେମୋ ଦେଖାଇଥିଲେ । ଏହାକୁ ଲକ୍ଷ୍ୟ କରି ଝାଡଖଣ୍ଡୀ ମଦ ମାଫିଆମାନେ ଓଡ଼ିଶା ଭିତରେ ପଶି ସ୍ଥାନୀୟ‌ ଲୋକଙ୍କୁ ହାତ ବାରିଷି କରି ନକଲି ମଦ ବନ୍ୟା ସୃଷ୍ଟି କରିବା ସହ ଅରାଜକତା ସୃଷ୍ଟି କରୁଛନ୍ତି ।ତେଣୁ ଅବକାରୀ ବିଭାଗ ପକ୍ଷରୁ ମଦ ମାଫିଆଙ୍କ ଉପରେ କଠୋର‌ କାଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଅଛି । ଅବକାରୀ ବିଭାଗ ପକ୍ଷରୁ ପି ଆର ନମ୍ବର ୫୯/୨୦୨୫-୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତକୁ ଜୋରଦାର କରାଯାଇଛି ।

Shrutilipi ad