Img 20251009 wa0153

ସଦଭାବନା ସମିତିର ମାସିକ ସନ୍ଥ ଦିବସରେ ଗୋପବନ୍ଧୁ ଜୟନ୍ତୀ ପାଳନ

ରାଜ୍ୟ
  • ଜିଲ୍ଲାର ୧୦ଟି ସାହିତ୍ୟ ସଂଗଠନକୁ ସଦ୍‌ଭାବନା ଶ୍ୱେତପତ୍ର ପ୍ରଦାନ
ବାରିପଦା: ସଦ୍‌ଭାବନା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ୫୫୬ତମ ମାସିକ ସନ୍ଥ ଦିବସରେ ଗୋପବନ୍ଧୁ ଜୟନ୍ତୀ ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। କବି ସଚ୍ଚିରାଉତରାୟଙ୍କ ସାହିତ୍ୟ ନୁହଁଇ କେବେ ବିଳାସର ଫୁଲ, ଜାତିକୁ ଦେବ ସେ ମୁଭି ତେବେ ଯାଇ ଅମୂଲ ତା ମୂଲ ପ୍ରସଙ୍ଗ ଉପରେ ଜୋର୍ ଦିଆଯାଇ ଆଧୁନିକ ସାହିତ୍ୟକୁ ପ୍ରାଧାନ୍ୟ ଦିଆ ନଯାଇ ମୂଳ ସାହିତ୍ୟ ହିଁ ସତ୍ ସାହିତ୍ୟ ଏବଂ ତାହା ସମାଜର ହିତ ଲାଗି ସ୍ଵସ୍ତିବାଚକ ହେତୁ ସାଧୁ, କଲମରୁ ସୁଧା ଉପୁଜୁ ବୋଲି ବକ୍ତବ୍ୟ ସ୍ଥାନ ପାଇଥିଲା। ଏହି ଦିବସରେ ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ ଉଦ୍‌ଘାଟିକା, ସମ୍ମାନୀୟ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପବନ୍ଧୁ ସନ୍ଥ ସାହିତ୍ୟର ସମର୍ଥକ ଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ବାରିପଦା ପୌରପାଳ କୃଷ୍ଣାନନ୍ଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ଡ ବିଜୟ କୁମାର ଅଗରୱାଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମନ୍ତବ୍ୟ ରଖିଥିଲେ।
ମୁଖ୍ୟବକ୍ତା ଭାବେ ରୂପ୍‌ ଗୁରୁକୁଳ ଆଶ୍ରମର ସଞ୍ଚାଳକ ଆଚାର୍ଯ୍ୟ ଦେବ ବିଜୟଜୀ, ପୂଜ୍ୟପୂଜା ଅନୁଷ୍ଠାନର ସଭାପତି ଡ ରମାକାନ୍ତ ସିଂ ଏବଂ ଉଦଳାର  ପ୍ରମିଳା ପଣ୍ଡା ବକ୍ତା ଭାବେ ଯୋଗଦେଇ ସେବାର ସନ୍ଥ ବୋଲି କହିଥିଲେ। ସଦ୍‌ଭାବନା ସମିତି ତରଫରୁ ବାରିପଦା ଉପଜିଲ୍ଲାପାଳ ଡ ଦୟାସିନ୍ଧୁ ପରିଡାଙ୍କୁ ସୁସାହିତ୍ୟିକ ଭାବେ ଓ ଜିଲ୍ଲାର ପ୍ରମୁଖ ସାରସ୍ଵତ ସଂଗଠନ ମୟୂରଭଞ୍ଜ ସାହିତ୍ୟ ପରିଷଦର ପଦ୍ମନାଭ ସାହୁ, ପ୍ରତିଶ୍ରୁତି ପ୍ରତିଷ୍ଠାନର ଭାଗବତ ପଣ୍ଡା, ପୂଜ୍ୟପୂଜାର ଡ ରମାକାନ୍ତ ସିଂ, ଉଦଳା ଗୋପବନ୍ଧୁ ମେମୋରିଆଲ୍ ସେବା ଟ୍ରଷ୍ଟର ପ୍ରମିଳା ପଣ୍ଡା, କପ୍ତିପଦା ଆରଣ୍ୟକ ସାହିତ୍ୟ ସଂସଦର ରାଜେନ୍ଦ୍ର କୁମାର ସାମଲ, ବେତନଟୀ ମୟୂର ସାହିତ୍ୟ ସଂସଦର ସଚ୍ଚିଦାନନ୍ଦ ମହାନ୍ତି, କରଞ୍ଜିଆ ଚେତନାର ମାନସ ରଞ୍ଜନ ଦାସ, ରାଇରଙ୍ଗପୁର ଶ୍ରୀଜଗନ୍ନାଥ ଚେତନା ଓ ସେବା ସଂଘର ପୁଷ୍ପାଞ୍ଜଳୀ ତ୍ରିପାଠୀ, ବଡସାହି ବାଣୀପୀଠର ସୌମରଞ୍ଜନ ନାୟକ  ଏବଂ ବଡସାହି ପୂର୍ଣ୍ଣମାସୀ ସେବା ସଂସ୍ଥାନର ରାଜକିଶୋର ଆଚାର୍ଯ୍ୟଙ୍କୁ ସମିତି ତରଫରୁ ସତ୍ ସାହିତ୍ୟ ପ୍ରଚାର ପାଇଁ ସଦ୍‌ଭାବନା ଶ୍ଵେତପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମିତି ସଦସ୍ୟ ସନ୍ଦୀପ କୁମାର ଚାନ୍ଦ ଓ ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ଵାଗତ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଭାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମିତିର ସଦସ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଏବଂ ସଦସ୍ୟ ମନୋଜ କୁମାର ପଣ୍ଡା ସହଯୋଗ କରିଥିଲେ। ଏହି ସବୁ ଦିବସରେ ଏ ମାସରେ ଆବିର୍ଭାବ ଶିବମୁନି, ମହାତ୍ମା ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।
Shrutilipi ad