ବାରିପଦା : ଦିର୍ଘ ୫ ମାସ ଧରି ଲଗାଣ ବର୍ଷା ଲାଗି ରହିଛି ।ଗଡ଼ିଆ,ପୋଖରୀ,ନଦୀ ନାଳ ଜଳାର୍ଣଵ ।ଜଳସ୍ତର ପ୍ରଦୂଷଣ ହୋଇଯାଇଛି ।ଯାହା ଫଳରେ ଲୋକମାନେ ଥଣ୍ଡା ,ଜ୍ଵର,କାଶ ,କଫ ,ଝାଡ଼ାବାନ୍ତି,ମେଲେରିଆ,ଡେଙ୍ଗୁ ରେ ଆକ୍ରାନ୍ତ ହେଉଛନ୍ତି ।ମୟୂରଭଂଜ ଜିଲ୍ଲାର ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ ଅନ୍ତର୍ଗତ ସିମାନ୍ତ ତାରଣା ପଞ୍ଚାୟତ ର ପାହାଡପୁର ଗ୍ରାମରେ ଜଣେ ଚାଷୀ ଲକ୍ଷ୍ମଣ ମୁର୍ମୁ(୪୫) ଦୁଇ ତିନି ଦିନହେଲା ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଉପଖଣ୍ଡ ଚିକିତ୍ସିତ ହେଉଥିଲେ ।ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ପରିବାରର ଏକମାତ୍ର ରୋଜଗାରିଆ ମୁଖ୍ୟ ଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ସେହିପରି ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ କାଶିଆବେଡା ଗ୍ରାମରେ ଜନୈକ ଚାଷୀ ଭଞ୍ଜ ପିଙ୍ଗୁଆ(୩୦) ଗ୍ରାମ୍ୟ ପୋଖରୀରେ ବୁଡି ମୃତ୍ଯୁ ହୋଇଅଛି ।ସୂଚନାଯୋଗ୍ୟ କାଶିଆବେଡା ଗ୍ରାମର ଚାଷୀ ଭଂଜ ପିଙ୍ଗୁଆ ଵିଲକାମ ସାରି ଅପରାହ୍ନରେ ପାଖାପାଖି ସମୟରେ ଗାଁ ପୋଖରୀରେ ଗାଧୋଉଥିବା ବେଳେ ଗୋଡ ଖସି ଯାଇଥିଲା ।ସେ ପାଣିରେ ବୁଡି ଯାଇଥିଲେ ।ସେଠାରେ ମଧ୍ଯ ତାଙ୍କ ପତ୍ନୀ ଘର ବାସନକୁସନ ଧୁଆ ଧୋଇ କରୁଥିଲେ ।କିଛି ଛୋଟପିଲା ମଧ୍ୟ ସେଠାରେ ଖେଳାଖେଳି କରୁଥିଲେ ।ସେମାନେ ଲୋକଟି ବୁଡି ଯାଉଥିବା ଦେଖି ଚିତ୍କାର କରିଥିଲେ ।ତଦସହ ପୋଖରୀ ଭିତରେ ପଶି ପାଣିରୁ ଲୋକଟିକୁ ଉଦ୍ଧାର କରି ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ପରେ ପରିସ୍ଥିତି ଗୁରୁତର ହେଵାରୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣୁଥିବା ସମୟରେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ହସ୍ପପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବାବଦରେ ବାଦାମ ପାହାଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୯/୨୫ ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଅଛି ।

