Img 20251008 wa0142

ନୂତନ ପଞ୍ଚାୟତ ଗଠନ ଦାବିରେ ପାଞ୍ଚଖଣ୍ଡ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର  ବହଳଦା ବ୍ଳକର ଯଶିପୁର ପଞ୍ଚାୟତର ଜନସଂଖ୍ୟା ୭୫୦୦ ରୁ ଉର୍ଦ୍ଧ୍ବ ।ସରକାର  ପୁରୁଣା ଗାଇଡ ଲାଇନ ଅନୁସାରେ  ଗୋଟିଏ ପଞ୍ଚାୟତ ଗଠନ ପାଇଁ ୨୦୦୦ ରୁ ଉର୍ଦ୍ଧ୍ବ ଲୋକେ  ବସବାସ କରୁଥିବା ଦରକାର ।  ତେଣୁ ସେହି ନିୟମ ଅନୁସାରେ ଯଶିପୁର ପଞ୍ଚାୟତକୁ ଦୁଇଭାଗ କରି କୁଦରସାହି କୁ ଏକ ନୂତନ ପଞ୍ଚାୟତ ଗଠନ ପାଇଁ  ପାଞ୍ଚ  ଗ୍ରାମବାସୀ ମିଳିତ ଦାବି କରୁଛନ୍ତି । ଭୌଗଳିକ ଦୃଷ୍ଟିରୁ ବଣ ଜଙ୍ଗଲ ଘେରା ଅବସ୍ଥିତ ଏହି ପାଞ୍ଚ ଟି ଗ୍ରାମ ଯାହାର‌ ଲୋକସଂଖ୍ଯା ୨୫୦୦ ରୁ ଉର୍ଦ୍ଧ୍ଵ ।ଏହି ପାଞ୍ଚ ଟି ଗ୍ରାମ ହେଲା ସାପଘରା, ନୂଆଗାଁ, କୁଦରସାହି, ଅସୁରଘାଟି ଓ ରଙ୍ଗାମାଟିଆ ।୨୦୨୨ରେ ଯଶିପୁର ଗ୍ରାମ ପଞ୍ଚାୟତକୁ ଦୁଇ ଭାଗରେ‌ବିଭକ୍ତ କରିବା ପାଇଁ ସର୍ଭେ ହୋଇଥିଲା ।କିନ୍ତୁ ଏ ଯାଏଁ ତାହା କାର୍ଯ୍ୟକାରୀ ସୋଇ ପାରୁ ନାହିଁ ।ସାଂପ୍ରତିକ ପରିସ୍ଥିତିରେ ଦୁର୍ଗମ  ପାହାଡିଆ  ଅଞ୍ଚଳରେ ରହୁଥିବା ଵୟସାଧିକ ଲୋକ, ଦିଵ୍ଯାଙ୍ଗ, ଅସୁରଘାଟି  ପାହାଡ଼ରେ ରହୁଥିବା ୧୦୦ ରୁ ଉର୍ଦ୍ଧ୍ବ ଘଂଟିଆ ପରିବାର ଲୋକେ ରାସନ୍ ସାମଗ୍ରୀ ,ସରକାରୀ ଯୋଜନାର ସୁଫଳ, ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ନେବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ତେଣୁ ସେହି ପାଞ୍ଚ ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ବୁଧବାର ଦିନ   ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରାଙ୍କୁ କୁଦରସାହିକୁ  ନୂତନ ପଞ୍ଚାୟତ ଗଠନ ନେଇ ଏକ ଲିଖିତ ଦାବି ପ୍ରଦାନ କରିଛନ୍ତି ।ତଦସହ ଏକକିତା ନକଲ ମେଲ ଯୋଗେ  ଆରଡିସି,ଜିଲ୍ଲାପାଳ,ପଞ୍ଚାୟତ ରାଜ ମନ୍ତ୍ରୀ, ଵହଳଦା ତହସିଲଦାର,ଵହଳଦା ପଞ୍ଚାୟତ ସମିତି ,ଡିଆରଡିଏ କୁ ମେଲ ଯୋଗେ ପ୍ରେରଣ କରିଛନ୍ତି ।ଆଜି ଦାବିପତ୍ର ପ୍ରଦାନ ସମୟରେ ପ୍ରାକ୍ତନ ଵହଳଦା ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ସୋରେନ,ପୃଥୁନାଥ ସୋରେନ,ସୁକୁମାସି ମାର୍ଣ୍ଡୀ,ବାଙ୍କୀ ମୁର୍ମୁ ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଏ ତେବେ ଗ୍ରାମବାସୀ ସମୁହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।
Shrutilipi ad