Img 20251007 wa0182

ହିନ୍ଦୀକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ପ୍ରଦାନ ନେଇ ଆନ୍ଦୋଳନ ଜାରି ରହିବ- ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି

ରାଜ୍ୟ
ବାରିପଦା : ଭାରତବର୍ଷର ଭିନ୍ନଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ଭାଷା ପ୍ରଚଳିତ I ତେଣୁ ସମସ୍ତ ଜଣସାଧାରଙ୍କ  ସୁବିଧା ପାଇଁ ହିନ୍ଦୀକୁ ରାଷ୍ଟ୍ରଭାଷା କରିବା ପାଇଁ ବହୁ ଦିନରୁ ଆନ୍ଦୋଳନ ହୋଇଆସୁଅଛି I ସେହି ଧାରାକୁ ବଜାୟ ରଖିବା ପାଇଁ ଓଡ଼ିଶା ରାଷ୍ଟ୍ରଭାଷା ପ୍ରଚାର ସମିତିର ସମ୍ପାଦିକା, କର୍ମକର୍ତ୍ତା, ସଭ୍ୟସଭ୍ୟା ମାନେ ହିନ୍ଦୀକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ପ୍ରଦାନ ପାଇଁ ସ୍ଥାନୀୟ ମାଆ ଅମ୍ବିକା ଓ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ  ବୈଠକରେ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତିର ସମ୍ପାଦିକା ପ୍ରଭାତ ମଞରୀ ଦାଶ ଶର୍ମା, ସଭ୍ୟ ଶମ୍ଭୁନାଥ ପାଣି, ଶଶଧର ବିଶ୍ୱାଳ, ମୋତିଲାଲ ଗୁପ୍ତା, ବିଶ୍ୱନାଥ ମୁର୍ମୁ, ଦୀପକ ହେମ୍ବ୍ରମ, ସଭ୍ୟା ଆଇନ ଜିଵୀ ପାର୍ବତୀ ବାରିକ୍, ପୂର୍ଣିମା ପଣ୍ଡା, ତାରାମଣି ମହାପାତ୍ର, ପ୍ରେମଲତା ବାରିକ୍, ଉର୍ମିଳା କମିଳା, ରତ୍ନ ମଞ୍ଜରୀ ବେହେରା, ବାସନ୍ତୀ ଦେ, କବିତା ଦ୍ୱାରୀ, ମଞଲୀ ଦେ ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନ ଦେଶରେ ରାଷ୍ଟ୍ରଭାଷାର ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରି ନିଃସ୍ୱାର୍ଥପର ଭାବେ ଏହି ଆନ୍ଦୋଳନକୁ ଜାରି ରଖିବେ ବୋଲି ଶପଥ ନେଇଥିଲେ। ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଓ ମା’ ଅମ୍ବିକାଙ୍କ ଆଶିର୍ବାଦ ନେଇ ଦେଶର ଏହି ମହତ କାର୍ଯ୍ୟ ପାଇଁ ଅଭିଯାନର ଶୁଭାରମ୍ଭ ହୋଇଥିଲା।
Shrutilipi ad