ବାରିପଦା: ଇନସ୍ପାୟାର୍ ଫାଉଣ୍ଡେସନ ,ନିଉ ଦିଲ୍ଲୀ ଆନୁକୂଲ୍ୟରେ ଆସନ୍ତା ୭ ଅକ୍ଟୋବର ରୁ ୯ ଅକ୍ଟୋବର ଭବ୍ୟ ବିକଶିତ ଓଡ଼ିଶା ପ୍ରଦର୍ଶନୀ କଚେରୀ ପଡିଆଠାରେ ଆୟୋଜିତ ହେବ ବୋଲି ସ୍ଥାନୀୟ ହିନ୍ଦୁସ୍ତାନ ଇନ୍ ହୋଟେଲରେ ଏକ ଖବରଦାତା ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ଅନୁଷ୍ଠାନର ସିଇଓ ଵିନୋଦ କୁମାର,ପ୍ରୋଜେକ୍ଟ ମୁଖ୍ୟ ଅନିଶା ଯାଦବ,ସଂଯୋଜକ ଆଦିତ୍ଯ ସାକସେନା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ । ଲୋକସଭା ସାଂସଦ ନବ ଚରଣ ମାଝୀଙ୍କ ମାର୍ଗ ଦର୍ଶନରେ ଏହି ତ୍ରିଦିବସୀୟ ମେଗା ପ୍ରଦର୍ଶନୀ ବ୍ୟାପକ ଜନ ସଚେତନତା ପାଇଁ ଏକ ମହତ୍ତ୍ବ ପୂର୍ଣ ମଞ୍ଚ ଅଟେ ।
ଏହି ବିକଶିତ ଓଡ଼ିଶା ପ୍ରଦର୍ଶନୀରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ୫୦ ରୁ ଉର୍ଦ୍ଧ୍ବ ସରକାରୀ ଏବଂ ବେସରକାରୀ ସଂସ୍ଥା ଅଂଶ ଗ୍ରହଣ କରୁଛନ୍ତି ।ଯେଉଁଥିରେ ନୂତନ ଆଧାର କାର୍ଡ ଏବଂ ସଂଶୋଧନ, ବିଭିନ୍ନକର୍ମ ସଂସ୍ଥାନ ତଥା କୌଶଳ ବିକାଶ ସମ୍ବନ୍ଧୀୟ ବହୁବିଧ ଯୋଜନା ଏଠାରେ ପ୍ରଦର୍ଶିତ ହେବ । ଏହି କାର୍ଯ୍ୟକ୍ରମ ୭ ତାରିଖ ଦିନ ପୂର୍ବାହ୍ନ ୧୧ ଘଟିକା ରେଶୁଭାରମ୍ଭ ହେବ ।ଏଥିରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ନଚନ୍ଦ୍ର ମହାପାତ୍ର,ରାଜ୍ୟ ଜଙ୍ଗଲ ପରିବେଶ ଓ ଶ୍ରମ କଲ୍ୟାଣ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ବାରିପଦା ବିଧାୟକ ପ୍ରକାଶ ସୋରେନ,ସାରସକଣା ବିଧାୟକ ଭାଦବ ହାଁସଦା,ବାଙ୍ଗିରିପୋଷି ବିଧାୟିକା ସଞ୍ଜଲି ମୁର୍ମୁ, ଉଦଳା ବିଧାୟକ ଭାଷ୍କର ମଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି,କରଂଜିଆ ବିଧାୟକ ପଦ୍ମଚରଣ ହାଇଵ୍ରୁ ପ୍ରମୁଖ ଯୋଗଦେବେ ।ଏହି କାର୍ଯ୍ୟକ୍ରମ ପୂର୍ଵାହ୍ନ ୧୦.୩୦ ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚାଲିବ ।ବିଭିନ୍ନସରକାରୀ ଓ ବେସରକାରୀ ସଂସ୍ଥା ଯଥା – ଷ୍ଟିଲ ଅଥରଟି ଅଫ୍ ଇଣ୍ଡିଆ ଲିମିଟେଡ୍, ଏସବିଆଇ, ,ଏମସିଏଲ, ଏମଆଇଏ, ଏବଂ ଏଲାଇସି ,ଆଇସିଏଆର ,ସିପେଟ ଟ୍ରାଇଫେଡ ଜନଜାତି, ମନ୍ତ୍ରାଳୟ, ତ୍ରିପୁରା ପର୍ଯ୍ୟଟନ୍ ,ଆୟୂଷ ମନ୍ତ୍ରାଳୟ, ଭାରତୀୟ ମ୍ୟାନକ ବ୍ୟୁରା , କୃଷି ଏବଂ କିଶାନ ସଶକ୍ତି କରଣ ବିଭାଗ, ମହାରାଷ୍ଟ୍ର ବାଉଁଶ ବିକାଶ ବୋର୍ଡ କୟର ବୋର୍ଡ, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ, ପର୍ଯ୍ୟାବରଣ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଗୋଆ କେନ୍ଦ୍ରୀୟ ଜଳ ବିଭାଗ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବାଉଁଶ ବିକାଶ ଏଜେନସୀ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତନ ବିଭାଗ ଓଡ଼ିଶା , ପୌଧା, କିସମ ଏବଂ କିଶାନ ସଂରକ୍ଷଣ ଇତ୍ଯାଦି ।
ଏହି ମେଗା ପ୍ରଦର୍ଶନୀରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ସୁବର୍ଣ ସୁଯୋଗ ସେମାନେ ଏ ପରିପ୍ରେକ୍ଷିରେ ସମସ୍ତ ସରକାରୀ ବିଭାଗ ଏବଂ ବିଭିନ୍ନ ସଂସ୍ଥା ସହିତ ସିଧା ସଳଖ ଯୋଡି ହୋଇ ପାରିବେ । କଲ୍ୟାଣକାରୀ ଯୋଜନା, ନୀତି ସମ୍ବନ୍ଧରେ ତଥ୍ୟ ପାଇ ପାରିବେ । ଏ ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁବର୍ଣ ସୁଯୋଗ ଯେପରି ବେକାରୀ ପିଲାମାନେ ନିଜ ନିଜ କ୍ୟାରିୟାର ସମ୍ବନ୍ଧରେ ତଥ୍ଯ ପାଇପାରିବେ । ଏହାଛଡା ସାଧାରଣ ଜନତା ନିଜ ନିଜର ଆଧାର କାର୍ଡ ନୂଆ ତଥା ସଂଶୋଧନ କରିପାରିବେ ଏ ସମସ୍ତ କାର୍ଯ୍ୟକ୍ରମ ମାଗଣାରେ ପାଇ ପାରିବେ ।ଅନୁଷ୍ଠାନର ଆୟୋଜକ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି ଵହୁ ସଂଖ୍ୟାରେ ଯୋଗଦେଇ ଏହାର ଲାଭ ଉଠାଇବେ।

