Img 20251005 wa0202

ବଜ୍ରପାତରେ ଚାଷୀ ମୃତ

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅଞ୍ଚଳରେ ବାଦଲ ଫଟା ଵର୍ଷା ସାଙ୍ଗକୁ ବଜ୍ରପାତ ରେ ଜନୈକ ଚାଷୀର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି ।ସୂଚନାଯୋଗ୍ୟ ଆଜି ରବିବାର ଅପରାହ୍ନ ୨ ଟା ପାଖାପାଖି ସମୟରେ ଆକାଶରେ ଦୁଇ ଘଣ୍ଟା ଧରି ବାଦଲ ଫଟା ଵର୍ଷା ମୂଷଳ ଧାରାରେ  ହୋଇଥିଲା ।ଜାମଦା ଥାନା ଅଞ୍ଚଳର ଜାରକାଣୀ ପଞ୍ଚାୟତର ବାରୁଡ଼ି ଗ୍ରାମର ଚାଷୀ ହାତୀରାମ ସର୍ଦାର(୫୭) ଗାଁ ପଡ଼ିଆରେ ଗୋରୁ ଚରାଉଥିବା ସମୟରେ ହଠାତ୍ ବିଜୁଳି ଚଡ଼କ ମାରିଥିଲା । ବିଜୁଳି ଚଡକରେ ହାତୀରାମ ପଡିଆ ପାଖ ରାସ୍ତାରେ ଟଳି ପଡିଥିଲା ।ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।ଆସନ୍ତାକାଲି ସୋମବାର ଦିନ ଶବ ବ୍ୟବଚ୍ଛେଦ ହେବ ।ଜାମଦା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
Shrutilipi ad