Img 20251005 wa0171

ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ବ୍ୟକ୍ତିତ୍ୱ ବିକାଶ ଶିବିର ଜାଗୃତି ୨୦୨୫ ଉଦଯାପିତ 

ରାଜ୍ୟ
  • ଶ୍ରଦ୍ଧାସୁମନ ଓ ଆୟୁଷ ହେଲେ ସର୍ବଶେଷ୍ଠ ଶିବି୍ରାର୍ଥୀ 
ବାରିପଦା : ବାରିପଦା ଚିନ୍ମୟ ମିଶନ ଦ୍ୱାରା ତିନିଦିନ ଧରି ସ୍କୁଲ ପିଲାଙ୍କ ୧୭ତମ ବ୍ୟକ୍ତିତ୍ୱ ବିକାଶ ଶିବିର ‘ଜାଗୃତି ୨୦୨୫’ ଆଜି ଉଦଯାପିତ ହୋଇଯାଇଛି l  ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ  ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରିଣି ଉତ୍ସବରେ ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ଶିବିରର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ l ରାଉଲକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ଓ ଉଦଳା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚୁତ୍ୟ ଚୈତନ୍ୟ ପିଲାମାନଙ୍କୁ ମାତୃପୂଜା କରାଇଥିଲେ l ଏମ ପି ସି କଲେଜ ର ଆସିଟେଣ୍ଡ ପ୍ରଫେସର୍ ଡ଼ା ସରୋଜ ନାୟକ,  ବରିଷ୍ଠ ସାମ୍ବାଦିକ ସଞ୍ଜୟ ଚୌଧୁରୀ, ମୟୂରଭଞ୍ଜ ଏଥେଲେଟିକ  ଏସୋଷିଏସନ ସଂପାଦକ ବିଜୟ ଦାସ, ଶିକ୍ଷାବିତ୍ ମାଧୁରୀ ଦ୍ୱିବେଦୀ, ହୃଦାନନ୍ଦ ଆଚାର୍ଯ୍ୟ, ଯୋଗ ଗୁରୁ ରାକେଶ ମହାନ୍ତ , ନର୍ସିଙ୍ଗ ଡାଇରେକ୍ଟର ଡ଼ା ପ୍ରାଣକୃଷ୍ଣ ବେହେରା, ଆଇନଜିବୀ ପ୍ରଦୀପ ମହାନ୍ତି, ଆର ଡି ସଂସ୍ଥା ର ଅଧ୍ୟକ୍ଷ ସାଇ ଓମ ପ୍ରକାଶ ଯୋଗଦେଇ   ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଶିବିରର୍ଥୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ l ଚିନ୍ମୟ ମିଶନ ବାରିପଦା ର ସମ୍ପାଦକ ଅଜିତ ବେହେରା କେମ୍ପ ପରିଚାଳନା କରିଥିଲେ l
ମହାରାଣୀ ପ୍ରେମ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର ର ଛାତ୍ରୀ  ଶ୍ରଦ୍ଧାସୁମନ ମହାନ୍ତ ଓ ସ୍ୱାମୀ ବିବେକାନନ୍ଦ ସ୍କୁଲ ଶିରିଶବଣି ର ଆୟୁଷ ଶତପଥୀ    ଲାଇନ ସ୍କୁଲ  ସର୍ବଶେଷ୍ଠ ଶିବି୍ରାର୍ଥୀ , ଏମ କେ ସି ଉଚ୍ଚ ବିଦ୍ୟାଳୟର ହୃଷୀକେଶ ମୁର୍ମୁକୁ ଶ୍ରେଷ୍ଠ ଶୃଙ୍ଖଳିତ ଶିବିରାର୍ଥି ରୂପେ ପୁରସ୍କୃତ ହୋଇଥିଲେ l   ସଚ୍ଚିଦାନନ୍ଦ ଗୁରୁକୁଳର ହରପ୍ରିୟା ମାହାର୍ଣା ଓ ଲାଲୁ ଟୁଡୁ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l ସଚ୍ଚିଦାନନ୍ଦ ଗୁରୁକୁଳକୁ ଶ୍ରେଷ୍ଠ ଅନୁଷ୍ଠାନ ରୂପେ ସମ୍ମାନିତ କରାଯାଇଥିଲା l
ହିମାଂଶୁ ପାଣି ଧନ୍ୟବାଦ ଅର୍ପଣ କରିଥିଲେ l ଦେବୀଦର୍ଶନୀ ବେହେରା, ତନ୍ୟତା ମହାନ୍ତ, ତୁଳସୀ ସାହୁ,  ନନ୍ଦିନୀ ବେହେରା, ସିବାଙ୍ଗୀ ଖଣ୍ଡେୱାଲ, ରୀତିକା ଖଣ୍ଡେଲୱାଲ, ଅଙ୍କିତା ସାହୁ, ଡିମ୍ପଲ୍ ଦାସ,ରିୟା ଗିରି,ଓମ ପ୍ରକାଶ ସାହୁ,  ବିଷ୍ନୁପଦ ବେରା ଓ ସବ୍ୟସଚ୍ଚି ପଲେଇ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରି ଥିଲେ l  ବାରିପଦା ବିଭିନ୍ନ ବିଦ୍ୟାଳୟର ଏକ ଶହ ଆଠ ଜଣ ଛାତ୍ରଛାତ୍ରୀ ଭାଗ ନେବାକୁ ସୁଯୋଗ ଦିଆଯାଇଥିଲା l
Shrutilipi ad