Dead

ମର୍ମନ୍ତୁଦ ଦୁର୍ଘଟଣା; ବାଇକ ସହ କାର୍ ଧକ୍କା, ବାଇକ ଚାଳକ ମୃତ

ରାଜ୍ୟ
ବାରିପଦା: ରାଞ୍ଚି – ବିଜୟଓ୍ବାଡା ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ।ଜାତୀୟ ରାଜପଥ ୨୨୦ ନମ୍ବର ଦେ ରାଇରଙ୍ଗପୁର /ବହଳଦା ଦେଇ ଯାଇଥିବା ଜାତୀୟ  ରାଜପଥ ୨୨୦ ନମ୍ବର ରାସ୍ତା ମଝିରେ ଵାସିଙ୍ଗୀ  ରେ କାର ପିଟିଲା ବାଇକକୁ ।ଭୟଙ୍କର ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ଛିଟିକି ପଡ଼ିଥିଲା ।ସ୍ଥାନରୁ ହେଲମେଟ ଛିଟିକି ବାହାରି ଯାଇଥିଲା ।।ଘଟଣାଟି ଆଜି  ପୂର୍ବାହ୍ନ ୧୧ ଘଟିକା ରେ ଘଟିଛି । ସୂଚନାଯୋଗ୍ୟ ଵହଳଦା ଆଡୁ  ରାଇରଙ୍ଗପୁର ଆସୁଥିବା କାରଟି ଵାସିଙ୍ଗୀ ମୋ ବସ୍ ଷ୍ଟପ ପାଖରେ ବାଇକ କୁ ଧକ୍କା ଦେବା ଫଳରେ ବାଇକ ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲା । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ।୧୦୮ ଆମ୍ବୁଲାନ୍ସ ଶୁଣି ନ ଥିଲା ।ଫଳରେ ସ୍ଥାନୀୟ  ଲୋକଙ୍କ ଦ୍ଵାରା ଏକ ଘରୋଇ ଗାଡ଼ିରେ ରଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର  ମୃତ ଘୋଷଣା କରିଥିଲେ ‌ ।ମୃତକ ଵହଳଦାରେ  ରହୁଥିଲେ ।ତାଙ୍କର ନାମ ଗୌତମ ମହାନ୍ତ(୪୩) ।
ସେ ରାଇରଙ୍ଗପୁରସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନ ଟେକ୍ନୋଅଓ୍ଵାର୍ଲଡ ସ୍କୁଲ ର କର୍ମଚାରୀ ଥିଲେ ।କାର ଟି ମଧ୍ୟ ଟେକ୍ନୋଅଓ୍ବାର୍ଲଡ ସ୍କୁଲ ର ଥିଲା ।ଖବର ପାଇ  ଟେକ୍ନୋଓ୍ବାର୍ଲଡର ପ୍ରଶାସନିକ ଅଧିକାରୀ ଭବାନୀ ଶଙ୍କର ମହାନ୍ତି ,ଟେକ୍ନୋଅଓ୍ବାର୍ଲଡ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଶୁଭେଛୁ,ଜ୍ଞାତିତପରିଜନ  ରାଇରଙ୍ଗପୁର ହସ୍ପିଟାଲରେ  ପହଞ୍ଚି କାନ୍ଦ ବୋବାଳିରେ ହସ୍ପିଟାଲ ଫାଟିପଡୁଛି  ।ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରିବା ସହ  କେଶ ନମ୍ବର ୧୫୨/୨୫ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଗୌତମ ମହାନ୍ତ ଜଣେ ପରୋପକାରୀ,ସମାଜସେବୀ, ମିଷ୍ଟଭାଷୀ ଯୁବକ ଥିଲେ ।ତାଙ୍କ ଅକସ୍ମାତ ଦୁଃଖଦ ଖବର ପାଇ ତାଙ୍କ ପୈତୃକ ଗ୍ରାମ ଉପରଵେଡା ଏବଂ ନିଜ ଘର ଵହଳଦା,ଏବଂ ଟେକ୍ନୋଅଓ୍ଵାର୍ଲଡ ବିଦ୍ୟାଳୟରେ ଶୋକରେ ଛାୟା ଖେଳିଯାଇଛି ।
Shrutilipi ad