Img 20251001 wa0102

ପାତାଳେଶ୍ୱରଙ୍କ ପୀଠରେ ନବକନ୍ୟା ପୂଜନ ଅନୁଷ୍ଠିତ 

ରାଜ୍ୟ
ବାରିପଦା –  ବାରିପଦା ପୌରପରିଷଦ ଅନ୍ତର୍ଗତ ୨୭ ନଂ ୱାର୍ଡ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ପାତାଳେଶ୍ୱର ମହାଦେବଙ୍କ ପୀଠରେ ପ୍ରତିଷ୍ଠିତ ଭୈରବୀ ଦେବୀଙ୍କ ନବଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଯାଇଛି I ଦୀର୍ଘ ୮ ବର୍ଷଧରି ମା’ ଏଠି ପୂଜା ପାଇଆସୁଛନ୍ତି I ମହାଳୟା ପରଠାରୁ ପ୍ରତ୍ୟେକ ଦିନ ମା’ ଙ୍କ ପୂଜା ଚାଲିଆସୁଥିବା ବେଳେ ନବମୀ ଦିନ ୧୦ ବର୍ଷରୁ କମ ୯ ଜଣ କନ୍ୟାଙ୍କୁ ନେଇ ପୂଜକ ଶ୍ରୀନିବାସ ପ୍ରସାଦଙ୍କ ଦ୍ୱାରା ନବକନ୍ୟା ପୂଜା ଵିଧି ଅନୁଷ୍ଠିତ ହୋଇଥିଲା I ପୂଜା ସମ୍ପନ୍ନ ପରେ ୯ ଜଣ କନ୍ୟାଙ୍କ ହାତରେ ତାଙ୍କ ପିତାମାତା ତଥା ଭକ୍ତମାନଙ୍କ ଉପସ୍ଥିତିରେ ନିଆରା ଢଙ୍ଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ସୋମନାଥ ସିଂହ, ଉପ ସଭାପତି ଅଟଳ କୁମାର ମହାନ୍ତ, ସମ୍ପାଦକ ଚିନ୍ତାମଣି ବେହେରା, କୋଷାଧ୍ୟକ୍ଷ ସୁସ୍ମିତା ପ୍ରସାଦ, ସାଙ୍ଗଠନିକ ସମ୍ପାଦକ ବଳରାମ ନାଥ, ସହ ସମ୍ପାଦକ ଗଦାଧର ଭଦ୍ର, ସଂଯୋଜକ ସଂଯୁକ୍ତା ରାଣୀ ସୁର ତଥା ଉପଦେଷ୍ଟା ନିରୋଜ କୁମାର ପୋଥାଳ, ସୁଜିତ କୁମାର ସାହୁ, ଅସୀମ କୁମାର ଚକ୍ରବର୍ତ୍ତୀ, ପଙ୍କଜ କୁମାର ମଲ୍ଲିକ, ହିମାଂଶୁ ପ୍ରହରାଜ ଏବଂ ରାଜଲକ୍ଷ୍ମୀ ମିଶ୍ର, ମିନତୀ ମହାନ୍ତ, ରୀମା ପାତ୍ର, ରୀନା ଡାକୁଆ, ଛବିରାଣୀ ଧଳ, ମମତା ମହାନ୍ତ, ସୀତାରାମ ସିଂ ଓ ପଙ୍କଜିନୀ ନାଏକ ସହଯୋଗ କରିଥିଲେ I
Shrutilipi ad