Img 20251001 wa0087

ପ୍ରଯୋଜନା ଭିତ୍ତିକ ନାଟକ କର୍ମଶାଳା ଉଦଘାଟିତ 

ରାଜ୍ୟ
ବାରିପଦା –  ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର, ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ଓଡିଶା ନାଟ୍ୟ ସଙ୍ଘର ମିଳିତ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନର ସହାୟତାରେ ଆଜି ପୂର୍ବାହ୍ନରେ ୧୫ ଦିନିଆ ପ୍ରଯୋଜନା ଭିତ୍ତିକ ନାଟକ କର୍ମଶାଳା ଉଦଘାଟିତ ହୋଇଯାଇଛି I ଉଦଘାଟନୀ ସଭାରେ ଓଡିଶା ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନବୀନ ପରିଡା, ଓଡିଶା ନାଟ୍ୟ ସଙ୍ଘର ସମ୍ପାଦକ ଶୁଭକାନ୍ତ ପାଢ଼ୀ ଓ କୋଷାଧକ୍ଷ ସୁଶୀଲ କୁମାର ପଟ୍ଟନାୟକ ତଥା କର୍ମଶାଳାର ସଂଯୋଜକ ବିଶିଷ୍ଟ ନିର୍ଦ୍ଦେଶକ ତଥା ଅଭିନେତା ଧୀର ବଶା, ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ କୁମାର ମହାନ୍ତି ଓ ବାରିପଦା କଳାକାର ପରିବାରର ବରିଷ୍ଠ ଉପଦେଷ୍ଟା କ୍ଷୀରୋଦ ବିହାରୀ ସିଟ ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ I ଓଡିଶାରେ ୪ ଟି ଜୋନରେ ଏହି କର୍ମଶାଳା ଅନୁଷ୍ଠିତ ହେଉଛି ବୋଲି ଓଡିଶା ନାଟ୍ୟ ସଙ୍ଘର ସମ୍ପାଦକ ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ I ଧୀର ବଶାଙ୍କ ପ୍ରଚେଷ୍ଟାରେ ଉତ୍ତର ଓଡିଶା ପାଇଁ ବାରିପଦାରେ ଆଜି ଠାରୁ ଚଳିତ ମାସ ୧୫  ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଜାରି ରହିବ I ୧୫ ତାରିଖ ସନ୍ଧ୍ୟାରେ ସହିଦ ସ୍ମୃତି ଭବନରେ ଏହି ପ୍ରଶିକ୍ଷାର୍ଥୀଙ୍କ ପ୍ରସ୍ତୁତ ଏକ ନାଟକ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶିତ ହେବ ବୋଲି ଶ୍ରୀ ବସା ପ୍ରକାଶ କରିଛନ୍ତି I ଏହି ପ୍ରଶିକ୍ଷଣ ଶିବିରରେ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ନବୀନ ପରିଡା ପ୍ରଶିକ୍ଷଣ ଦେବେ I ଉଦଘାଟନୀ ସଭାରେ ନାମ ପଞ୍ଜିକରଣ କରିଥିବା ୨୨ ଜଣ ଯୁବକ ଯୁବତୀଙ୍କ ସମେତ ଅଭିନେତା ପ୍ରସନ୍ନ ମହାନ୍ତି, ସୋମନାଥ ସିଂହ, ଜ୍ଞାନରଞ୍ଜନ ପଣ୍ଡା, ଗୋକୁକ ବିହାରୀ ଦାସ ଓ ମହେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ I
Shrutilipi ad