Crime branch 750x430 1 300x172

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ରାଜ୍ୟ
ବ୍ରହ୍ମପୁର : ରାଜ୍ୟରେ ପୋଲିସ ଏସ୍‌ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ଚଳିତ ମାସର ୫ ଓ ୬ ତାରିଖରେ ଓଡ଼ିଶା ପୋଲିସ SIର ଲିଖିତ ପରୀକ୍ଷା ରହିଥିଲା। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଏକାଠି ହୋଇ ଆନ୍ଧ୍ରପ୍ରଦେଶ ବିଜୟନଗରର ଏକ ଅଜ୍ଞାତ ସ୍ଥାନକୁ ତିନୋଟି ଏସି ବସ ଯୋଗେ ଯାଉଥିଲେ। ସେହି ସମୟରେ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍‌ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ l ତିନି ବସକୁ ପିଛା କରି ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ଏସ୍‌ପି ବିବେକ ଏକ ସ୍ବତନ୍ତ୍ର ପୋଲିସ ଟିମ  ସହ ଅଟକାଇ ଧରିଥିଲେ l ସେମାନଙ୍କୁ ଆମ୍ବପୁଆ ପୋଲିସ ରିଜର୍ଭକୁ  ଆଣି ଅଟକ ରଖି ପଚରାଉଚରା କରିବା ବେଳେ ୮ ଜଣ ମହିଳା,୧୦୬ ଜଣ ଯୁବକ ଓ ତିନ ଜଣ ଦଲାଲ ରହିଥିଲେ l ପ୍ରଥମେ ୧୦ ଲକ୍ଷ ଟଙ୍କା  ସେମାନେ ଦେଇଥିଲେ। ଚାକିରୀ ପାଇବା ପରେ ୧୫ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡ଼ିଲ ହୋଇଥିବା ନେଇ ଜଣାପଡିଛି l ସମ୍ଭବ୍ୟ ପ୍ରଶ୍ନପତ୍ର  ଦେଇ୩ ଦିନ ପ୍ରଶିକ୍ଷଣ ହେବା ପରେ ଆଶାୟୀମାନେ ପୁଣି ଭୁବନେଶ୍ୱର ଆସି ପରୀକ୍ଷା ଦେଇଥାନ୍ତେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତଦନ୍ତ ଯେତେ ଆଗାଉଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ଆହୁରୀ ତିନିରୁ ଚାରି ଦଲାଲ ରହିଥିବା ବେଳେ ସେମାନେ  ଫେରାର ରହିଥିବା ପୋଲିସଠାରୁ ସୂଚନା ମିଳିଛି। ଏ ନେଇ ଗୋଳନ୍ଥରା ଥାନାରେ କେଶ ନଂ ୪୪୭/୨୫ ପ୍ରକାରରେ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ମଙ୍ଗଳବାର ରାତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଓ ବ୍ରହ୍ମପୁର ପୋଲିସ ଅଧିକାରୀ ମାନେ ପରୀକ୍ଷାର୍ଥିମାନଙ୍କୁ ଜୋରା କରିଥିଲେ l ଅନେକ ତଥ୍ୟ ହାସଲ କରିଥିବା ବିଶସ୍ଥ ସୂତ୍ରରୁ ଜଣା ପଡିଛି l ବୁଧବାର ସମସ୍ତ ଅଭିଯୁକ୍ତ କୁ ଡାକ୍ତରି ପରୀକ୍ଷା କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ଗିରଫ ହୋଇଥିବା ପରୀକ୍ଷାର୍ଥିମାନଙ୍କର ଅବିଭାବକ ମାନଙ୍କୁ ପୋଲିସ ଡକେଇଥିବା ସୂଚନସୂଚନା ମିଳିଛି l ଏଥିସହ ବସ୍‌କୁ ପୋଲିସ ଜବତ କରିଛି।
Shrutilipi ad