Zz

ଦୁର୍ଗାପୂଜାରେ ନାବାଳକଙ୍କୁ ଛୁରାମାଡ଼: ନାବାଳକ ମୃତ, ଜଣେ ଗୁରୁତର

ରାଜ୍ୟ

ପାଇକମାଳ: ଝାରବନ୍ଧ ବ୍ଲକ ଡଭା ଦୁର୍ଗାପୂଜାରେ ବଡ଼ ଅଘଟଣ ଘଟିଛି। ଜଣେ ୧୭ବର୍ଷୀୟ ବାଳକର ଛୁରାମାଡ଼ରେ ମୃତ୍ୟୁ ଘଟିଛି। ମୃତକ ଝାରବନ୍ଧ ବ୍ଲକର ତୁର୍ଲ୍ଲା ଗ୍ରାମର ମାନଠୁ ବରିହା(୧୭) ବୋଲି ଜଣା ପଡ଼ିଛି। ତେବେ ତାଙ୍କ ସମ୍ପର୍କୀୟ ଜଣେ ଗୁରୁତର ଥିବା ସୂଚନା ରହିଛି ।
ପ୍ରାପ୍ତ ସୂଚନାନୁଯାୟୀ ମୃତକ ଡଭା ଗ୍ରାମକୁ ଦୁର୍ଗାପୂଜା ଦେଖିବାକୁ ଯାଇଥିଲେ। ଭୋର ୪ଟା ସମୟରେ ତାଙ୍କ ଉପରେ ଛୁରାମାଡ଼ ହୋଇଥିଲା। ତାଙ୍କ ସମ୍ପର୍କୀୟ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଛୁରାମାଡ଼ ହୋଇଥିଲା। ଅଭିଯୁକ୍ତ ଏବଂ ମୃତକ ଉଭୟଙ୍କ ମାମୁ ଘର ଭଣ୍ଡାରଯୋରିରେ ହୋଇଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।

Shrutilipi ad