ବାରିପଦା: ସ୍କୁଲ ପିଲାଙ୍କ ପାଇଁ ଆଜିକୁ ୧୫ବର୍ଷ ଧରି ଚିନ୍ମୟ ମିଶନ ବାରିପଦା ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ମିଶନ ଆଶ୍ରମ ରେ ବ୍ୟକ୍ତିତ୍ଵ ବିକାଶ ଶିବିର – ଜାଗୃତି ଆୟୋଜନ ହୋଇ ଆସୁଅଛି l ଏ ବର୍ଷ ଆସନ୍ତା ଅକ୍ଟୋବର ୩ତାରିଖ ରୁ ୫ତାରିଖ , ସକାଳ ୬ରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ବିଭିନ୍ନ ବିଦ୍ୟାଳୟର ଏକ ଶହ ଛାତ୍ରଛତ୍ରୀମାନେ ନାମ ପଞ୍ଜିକରଣ କରିଛନ୍ତି l ଏ ବର୍ଷ ଶିବିରର ମୁଖ୍ୟ ବିଷୟ ‘କୃତଜ୍ଞତା ‘ ଉପରେ ଆଲୋଚନା ହେବ l ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ, ରାଉଲକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ, ଯୋଗୋଗୁରୁ ରାକେଶ ମହାନ୍ତ ପ୍ରମୁଖ ଶିବିର ର ଆଚାର୍ଯ୍ୟ ଭାବେ କାର୍ଯ୍ୟ ନିର୍ବାହ କରିବେ l ପିଲାମାନଙ୍କ ମଧ୍ୟରେ ଯୋଗ, ଗୀତା ଆବୃତ୍ତି ପ୍ରତିଯୋଗିତା, ଚିତ୍ରାଙ୍କନ, ଭାଷଣ , ସାଧାରଣ ଜ୍ଞାନ, ରଚନା, ବିଭିନ୍ନ ବୌଦ୍ଧିକ ଖେଳ, ଡ୍ରାମା, ନାଚ, ଗୀତ ପ୍ରତିଯୋଗୀତା ହେବ l
ଏଥିପାଇଁ ଆଜି ସ୍ୱାମୀ ଗୋବିନ୍ଦାନନ୍ଦଙ୍କ ଅଧ୍ୟକ୍ଷତା ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି l ସମ୍ପାଦକ ଅଜିତ ବେହେରା ସମସ୍ତ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା କରିଥିଲେ l ସଭାପତି ବିଜୟ ଲେଙ୍କା, ବଶିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି, ପ୍ରଦିପ ମହାନ୍ତି, ଶକୁନ୍ତଳା ପାଲ, ସୁରତି ଦାସ, ଡ଼ା ପ୍ରାଣକୃଷ୍ଣ ବେହେରା, ଶିକ୍ଷାବିତ୍ ହୃଦାନନ୍ଦ ଆଚାର୍ଯ୍ୟ, କବିତା ଦାସ, କ୍ରିଷ୍ଣା ଘୋଷ, ଇନ୍ଦିରା ଜେନା, ଶ୍ରୀଧର ପରିଡ଼ା , ବିବେକାନନ୍ଦ ଦାସ, ସମ୍ପଦ ଦାସ, ପ୍ରଦୀପ ଭଞ୍ଜଦେଓ, ସବ୍ୟସଚି ପାଲେଇ, ସ୍ଵର୍ଣ୍ଣପ୍ରଭା ଦାସ, ସତ୍ୟଜିତ ପାଲ, ଦିଲ୍ଲୀପ ତ୍ରିପାଠୀ ପ୍ରମୁଖ ଆଲୋଚନା ଭାଗ ନେଇ ଥିଲେ l

