ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଥିବା ସୂଚନା ରହିଛି । ଆଳତି ସରିବା ପରେ ପଲଙ୍କ ବିଜେ ହୋଇଛି । ବଡ଼ସିଂହାର ଭୋଗ ପରେ ପରେ ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା କଥା । ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଛି । ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିବା ଅନୁଭବ କରିବା ପରେ ପୁଷ୍ପାଳକ ସେବାୟତ ଆଉ ଅପେକ୍ଷା ନ କରି ଆଳତି କରିଦେଇଥିଲେ ।
ଏଭଳି ଏକ ଭୟଙ୍କର ତ୍ରୁଟିକୁ ନେଇ ବରିଷ୍ଠ ସେବାୟତ ଓ ଗଣନାକାରୀମାନେ ନାନା ଆଶଙ୍କା କରିଛନ୍ତି । ଏଭଳି ବିଭ୍ରାଟ ହେଲେ କେବଳ ରାଜ୍ୟ ନୁହେଁ, ବରଂ ସମଗ୍ର ଦେଶ ପ୍ରତି ବିପଦ ମାଡ଼ି ଆସିବ ବୋଲି ସେମାନେ ଆକଳନ କରିଛନ୍ତି ।

