ବାରିପଦା – ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମୟୂରଭଂଜ ଜିଲ୍ଲାର ଦୁର୍ଗମ ପଛୁଆ ବିଶୋଇ ଵ୍ଳକର ଲୁହାକାନି ପଞ୍ଚାୟତର କୁଆଝରି ଗ୍ରାମର ପାର୍ବତୀ ମାର୍ଣ୍ଡୀ ୩୫୨ ତମ ସ୍ଥାନରେ ସଫଳତା ହାସଲ କରି ଅଞ୍ଚଳର ଗୌରବ ଆଣିଛନ୍ତି ।ସେ ଅବସରପ୍ରାପ୍ତ ଡିଫେନ୍ସ କର୍ମଚାରୀ ନର୍ସିଂ ମାର୍ଣ୍ଡୀ ଏବଂ ମାତା ସୁଗୃହିଣୀ ସିଙ୍ଗୋମଣି ମାର୍ଣ୍ଡୀ ଙ୍କ ଦିତୀୟ କନ୍ୟା ।ବିଶୋଇ ବ୍ଳକର ଆଦିବାସୀ ଲଳନା ଉଚ୍ଚ ଶିକ୍ଷିତା ପାର୍ବତୀ ରାଇରଙ୍ଗପୁର କନ୍ୟାଶ୍ରମ ରେ ୨୦୧୭ ମସିହାରେ ମ୍ୟାଟ୍ରିକ ପାଶ୍ କରିଥିଲେ । ପରେ ୨୦୧୯ ରେ ବାଲେଶ୍ବରର ଫକିରମୋହନ ଜୁନିଅର କଲେଜରେ ଯୁକ୍ତ ୨ ବିଜ୍ଞାନରେ ଉତିର୍ଣ ହୋଇଥିଲେ ।୨୦୨୩ ଫକିରମୋହନ ସ୍ଵୟଂଶାସିତ ବିଶ୍ବ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ଇଣ୍ଟିଗ୍ରେଟେଡ ଵିଇଡିଡିଗ୍ରୀ ହାସଲ କରିଥିଲେ ।ପରେ ସେ ୭ ମାସ ତଳେ ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକର ବଣକାଟି ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଯୋଗଦେଇ ଶିକ୍ଷକତା କରୁଥିଲେ ।ତଦସହ ଓଡ଼ିଶା ପ୍ରଶାସନିକ ସେବା ପାଇଁ ମନ ବଳାଇ ସଫଳତା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ ।ପ୍ରଥମ ଥର ପରୀକ୍ଷା ଦେଇ ସେ ସଫଳତା ହାସଲ କରିଛନ୍ତି ।ଓଡ଼ିଶା ସିଭିଲ ସର୍ଭିସରେ ଅପସନାଲ ସୋସିଓଲୋଜି ବିଷୟ ରଖିଥିଲେ ।ପିଲାଦିନୁ ଜଣେ ମେଧାବୀ ଛାତ୍ରୀ ଥିଲେ ।ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନ୍ମ ହୋଇଥିବାରୁ ଆଦିବାସୀଙ୍କ ଜୀବନ,ଦୁର୍ଗମ ଅଞ୍ଚଳ,ଆଦିବାସୀ ମହିଳାଙ୍କ ଦୁରାବସ୍ଥା,ଶିକ୍ଷା,ଗମନାଗମନ,ସ୍ବା ସ୍ଥ୍ଯ ଅବସ୍ଥା ଦେଖି ସେମାନଙ୍କ ଉନ୍ନତି ପାଇଁ କିଛି ସେବା କରିବା ପାଇଁ ସଦା ସର୍ଵଦା ମନ ବ୍ୟାକୁଳ ହେଉଥିଲା ।ଶିକ୍ଷୟତ୍ରୀ ହୋଇଥିଲେ କେବଳ ସ୍କୂଲ ପରିସୀମାରେ କାମ କରିଥାନ୍ତେ ।କିନ୍ତୁ ପ୍ରଶାସନିକ ସେବାରେ ବ୍ୟାପକ ବ୍ୟବସ୍ଥା ଅଛି ଜନତାଙ୍କ ସେବାପାଇଁ ।ବିଶେଷତଃ ଗ୍ରାମାଞ୍ଚଳରେ ବିକାଶ,ମହିଳାଙ୍କ ବିକାଶ ଓ ଶିକ୍ଷାର ବିକାଶ ତଥା ସରକାରୀ ସ୍ତରରେ ଯେଉଁ ଦାୟିତ୍ଵ ମିଳିବ ତାକୁ ନିଷ୍ଠାର ସହ ନିର୍ବାହ କରିବେ ବୋଲି ପ୍ରକାଶ କରିଛନ୍ତି ।ପ୍ରଥମ ଥର ସଫଳତା ପାଇଥିବାରୁ ସେ ଖୁସି ।ସମାଜ ପାଇଁ କିଛି କରିବାର ଥିଲା ।ତାହା ପୂରଣ ହୋଇଛି । ଭଗବାନ,ମା’ ବାପାଙ୍କ ଆଶୀର୍ବାଦ ,ସାଙ୍ଗ ସାଥୀଙ୍କ ସହଯୋଗ,କଠିନ ପରିଶ୍ରମ, ଇଛାଶକ୍ତି ତାଙ୍କୁ ସଫଳତା ଆଣି ଦେଇଛି ।ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି । ତାଙ୍କରି ଏପରି ସଫଳତାରେ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି । ମୟୂରଭଂଜ ଜିଲ୍ଲା ସାମ୍ବାଦିକ ୟୂନିଅନର ବରିଷ୍ଠ ସଦସ୍ୟ ଅକ୍ଷୟ ବିଶ୍ବାଳ,ମୟୂରଭଂଜ ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା,ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ରାଜ୍ୟ ସଭା ସାଂସଦ ମମତା ମହାନ୍ତ,ସାରସକଣା ବିଧାୟକ ଭାଦଵ ହାଁସଦା,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି ଜୁରୀଲାଲ ମହାନ୍ତ,ବିଜେପି ରାଜ୍ୟ କାର୍ଯ୍ଯକାରୀଣୀ ସଦସ୍ୟ ଆଡଭୋକେଟ ସଞ୍ଜୀବ ମହାନ୍ତି,ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ସାର୍ଥକତା ବିଜେଡି ବିଧାୟକ ପ୍ରାଥୀ ଡାକ୍ତର ଦେବାଶିଷ ମାରାଣ୍ଡୀ, ବରିଷ୍ଠ କଂଗ୍ରେସ ନେତା ସୁବାଷ ପାତ୍ର,ଜିଲ୍ଲାପରିଷଦ ସଦସ୍ୟା ଵିଦୁସ୍ମିତା ଦେଓ ପ୍ରମୁଖ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଛା ଜ୍ଞାପନ କରିଛନ୍ତି ।

