ଭୁବନେଶ୍ୱର: ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍ଇ ଓ ସିଏଚ୍ଏସ୍ଇ ମିଶ୍ରଣକୁ ମିଳିଲାଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବ। ଅନ୍ୟପଟେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯିବ।
ଆସନ୍ତା ୩ ବର୍ଷରେ ୪୪ ହଜାର ୪୩୩ଟି ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ଦିଆଯିବ। ଏଥିରୁ ୪୦ ହଜାର ନୂଆ ଶିକ୍ଷକ ପଦବୀ ସୃଷ୍ଟି କରାଯିବ। ଗତ ଅଗଷ୍ଟ ୨୧ରେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଏହାକୁ ଅନୁମୋଦନ ଦେଇଛନ୍ତି।

