ଭୁବନେଶ୍ୱର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା। ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ। କମିଶନରେଟ୍ ପୋଲିସ ଗୁରୁବାର ଦିନ ଭୁବନେଶ୍ୱରରେ ଦୁର୍ଗାପୂଜା ଉତ୍ସବ ପାଳନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି। ଟ୍ରାଫିକ୍ କଟକଣା ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ।
“ଭୁବନେଶ୍ୱରରେ ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ଉତ୍ସବ ପାଳନ କରାଯିବ। ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ ୨୦୦୩ (୨୦୦୭ ର ଓଡ଼ିଶା ଆଇନ ୮) ର ଧାରା ୨୮ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବଳରେ ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ (ଟ୍ରାଫିକ୍ ଏବଂ ସାର୍ବଜନୀନ ଶୃଙ୍ଖଳା) ନିୟମାବଳୀ, ୨୦୦୮ ର ନିୟମ ୩୬ ଅନୁସାରେ, ସାଧାରଣ ଲୋକଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ୨୭ ତାରିଖରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ଅପରାହ୍ନ ୨ଟା ରୁ ରାତି ୨ଟା ପର୍ଯ୍ୟନ୍ତ ନିମ୍ନଲିଖିତ କଟକଣା ଲାଗୁ କରାଯାଇଛି,” ସହର ପୋଲିସର ସାର୍ବଜନୀନ ନୋଟିସରେ ।

