Img 20250925 wa0186

ଏକ ଦିନ, ଏକ ଘଣ୍ଟା, ଏକ ସାଥ -“ସ୍ଵଛତା ହିଁ ସେବା” ଅଭିଯାନରେ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜର ଦୃଢ ପ୍ରତିଶୃତି

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନସ୍ଥ କୁଚିଳାଘାଟି  ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଠାରେ “ସ୍ଵଛତା ହିଁ  ସେବା” ଅଭିଯାନର ଆଜି ଦିବସର ବିଷୟ ବସ୍ତୁ- ଏକ ଦିନ,ଏକ ଘଣ୍ଟା,ଏକ ସାଥ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ତା’ଙ୍କ ବକ୍ତବ୍ୟରେ  ସମସ୍ତ ସରକାରୀ ଅଧିକାରୀ, ପଂଚାୟତ କର୍ମୀ,ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ଓ ଜନସାଧରଣ ଙ୍କୁ ସ୍ୱଚ୍ଛ, ସୁସ୍ଥ ଓ ନିରାପଦ ଗ୍ରାମ ଗଠନ ପାଇଁ ଆହ୍ୱାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ  ଶ୍ରୀ ଶାନ୍ତନୁ କୁମାର ନାୟକ ଶ୍ୟାମାଖୁଣ୍ଟା ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ମୁନା ସେଠୀ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବିଭାଗର କର୍ମଚାରୀ ଏକତ୍ରିତ ଭାବେ ପର୍ଯ୍ୟଟନ ସ୍ଥାନ ସ୍ଥଳୀଟିକୁ ସଫେଇ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସ୍ୱଚ୍ଛ କର୍ମୀ, ସରକାରୀ ଅଧିକାରୀ ଓ ଜନସାଧାରଣ ସ୍ୱଚ୍ଛତାକୁ ନେଇ ଏକ ଶପଥ ପାଠ କରିଥିଲେ।
Shrutilipi ad